ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ଅନ୍ତର୍ଗତ ଖପୁରିଆପଦା ଶରତ ରାଉତ ଉଚ୍ଚ ବିଦ୍ୟାଳୟରେ ଗତ କାଲି ସରସ୍ୱତୀ ପୂଜାରେ ପ୍ରସାଦ ସେବନ କର୍ଯ୍ୟକ୍ରମ ରହିଥିଲା l ପିଲାମାନେ ବିଳମ୍ବରେ ଭୋଜି ଖାଇ ଘରକୁ ଫେରିଥିଲେ l କିନ୍ତୁ କାଲି ରାତିରୁ ଜଣଙ୍କ ପରେ ଜଣେ ପିଲାଙ୍କ ଦେହ ଅସୁସ୍ଥ ହେବାରେ ଲାଗିଲା l ତେବେ ଆଜି ସନ୍ଧ୍ୟା ବେଳକୁ ସେମାନଙ୍କ ଦେହ ଅଧିକ ଖରାପ ହେବାରୁ ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ପିଲା ବର୍ତ୍ତମାନ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଝାଡା ବାନ୍ତି ହୋଇ ଗୁରୁତର ଭାବରେ ଭର୍ତି ହୋଇଛନ୍ତି l ସମସ୍ତଙ୍କ ଦେହରେ ସାଲାଇନ ଲାଗିଥିବା ବେଳେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି ।
ସରସ୍ବତୀ ପୂଜା ପ୍ରାସଦ ଖାଇ ୪୦ ରୁ ଉର୍ଦ୍ଧ୍ବ ମେଡ଼ିକାଲ ରେ ଭର୍ତ୍ତି !!!

