ଗଜପତି ଜିଲ୍ଲା ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ ନାରାୟଣ ରାଓ, ଜଗନ୍ନାଥ ମହାପାତ୍ର ଉପସଭାପତି, ବଳଭଦ୍ର ମାଝୀ ରାଜ୍ୟ ଉପ ସଭାପତି, ବରିଷ୍ଠ ନେତା ସିଦ୍ଧେଶ୍ବର ମିଶ୍ର , ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ୍ ଆଚାର୍ଯ୍ୟ , ଜିଲ୍ଲା ସାଧାରଣ ସମ୍ପାଦକ କାମଦେବ ବଡ଼ ନାୟକ, ଜୀ ପ୍ରଶାନ୍ତ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ବୈଠକରେ 7 ଗୋଟି ରାଜନୈତିକ ଚିଠା ପ୍ରସ୍ତାବ ହୋଇଥିଲା । ସେଗୁଡିକ ହେଲା ସଦର ମହକୁମାରେ ମେଡ଼ିକାଲ କଲେଜ ପାଇଁ ଦାବି ଉପସ୍ଥାପନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ, ଝାଲେର ସିଂ ଓ ସମ୍ବଲପୁର, ବେତର ସିଂ, ଟାଙ୍ଗିଲି, ପୁତୁରଗୁଡା ଠାରେ ପ୍ରାଥମିକ ଚିକିତ୍ସାଳୟ ପାଇଁ ଦାବି, ଦୁର୍ନୀତି ହଟାଇବା ପାଇଁ ବିଜେପି ପକ୍ଷରୁ ଦାବି, ଚାଷି ଙ୍କୁ ଏମ୍ ଏସ ପି ବୃଦ୍ଧି, ମଣ୍ଡି ପାଇଁ ଧାନ ଗମନାଗମନ ଖର୍ଚ୍ଚ, ଅଖା ସୁତୁଲୀ ଖର୍ଚ୍ଚ ପ୍ରଦାନ ସହିତ କଟନୀ ଛଟନୀ ବନ୍ଦ କରିବା, ଚାଷିଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ପ୍ରକାର ବ୍ୟବସ୍ଥା ସୁଚାରୁ ରୂପେ ପ୍ରଦାନ କରିବା ସକାଶେ ଦାବୀ ! ଯୋଗ୍ୟ ହିତାଧିକାର ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ସକାଶେ ଦାବି , ଡମ୍ବାପୁର ଓ ଚମ୍ପାପୁର ଆନିକଟ ପ୍ରକଳ୍ପ ଦୀର୍ଘ 14 ବର୍ଷ ପରେ ମଧ୍ୟ ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ପାରୁନାହିଁ ତେଣୁ ଖୁବ ଶୀଘ୍ର ଉକ୍ତ ପ୍ରକଳ୍ପ କାର୍ଯ୍ୟ ସମାପନ କରିବା ପାଇଁ ବିଜେପି ଚେତାବନୀ ଦେଇଛି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଗୁଡିକ ଶୋଚନୀୟ ହୋଇ ପଡିରହିଛି ତାର ପୁନଃ ଉଦ୍ଧାର ସହ ସଠିକ ଜାଗାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ନିର୍ମାଣ ପାଇଁ ବିଜେପି ଦାବି ରହିଛି । ସହରରେ ଚୋରି ହାରି ବୃଦ୍ଧି ହେଉଥିବାରୁ ଏହାର ପ୍ରତିକାର ସକାଶେ ପୋଲିସ ବିଭାଗକୁ ବିଜେପି ଦାବି ଜଣାଉଛି । ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ପାଳ, ବାବୁନା ବେହେରା, କେ ଯୁବରାଜ୍, ସି ଏଚ ସୀମାଦ୍ରୀ ପ୍ରମୁଖଙ୍କ ସହ ବହୁ ବିଜେପି ନେତା ଓ କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *