କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ ମଲ୍ଲିକ ସମ୍ବର୍ଦ୍ଧିତ । ୭୪ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ବାରବାଟୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମାନ୍ୟବର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲାପାଳ କଟକ ଭବାନୀ ଶଙ୍କର ଚଇନୀ ଏବଂ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ଉପସ୍ଥିତିରେ ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ ମଲ୍ଲିକଙ୍କୁ ଉଲ୍ଲେଖନୀୟ କୃତିତ୍ୱ ନେଇ ” ବରିଷ୍ଠ ଫଟୋ ସାମ୍ବାଦିକ ସମ୍ମାନ – ୨୦୨୩ ” ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଫଟୋ ସାମ୍ବାଦିକ ସରୋଜ ମଲ୍ଲିକ ସାମ୍ବାଦିକତା କ୍ଷେତ୍ରରେ ବେଶ ସଫଳତା ସହିତ ଏବଂ ଜଣେ ଆଦର୍ଶ ମଣିଷ ଭାବେ ବହୁ ସଙ୍ଗଠନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି ।

