ନୟାଗଡରେ ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ : ନବୀନ ଓଡ଼ିଶା ଗଠନ ପାଇଁ ସାମୁହିକ ଶପଥ ପାଠ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ପାଳନ ଅବସରରେ ଏକ ମହାସମାବେଶ ନୟାଗଡ଼ ସହର ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ଗାଁ ବ୍ଲକ ବିଜେଡି ସଭାପତି ନିତ୍ୟାନନ୍ଦ ପ୍ରଧାନ ଶାନ୍ତି, ପ୍ରଗତୀ ଓ ଉନ୍ନତି ପାଇଁ ବିଜେଡିର ପ୍ରୟାସ ସମ୍ବନ୍ଧୀୟ ବକ୍ତବ୍ୟ ଦେଇଥିଲେ । ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ବିଜୁ ବାବୁଙ୍କ ସାହାସ ଓ ଖ୍ୟାତି ଉପରେ ବକ୍ତବ୍ୟ ଦେବା ସହ ୩ ଟି ଦେଶର ପତାକା ତାଙ୍କ ମର ଶରୀରରେ ଢାଙ୍କି ଦିଆଯାଇଥିବା କହିଥିଲେ । ଏହା ହିଁ ବିଜୁ ବାବୁଙ୍କ ଲୋକକ୍ରିୟତାକୁ ପ୍ରମାଣିତ କରୁଛି ବୋଲି କହିଥିଲେ । ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ, ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ଓ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ବିଜୁ ବାବୁ ଯାହା ଆରମ୍ଭ କରିଥିଲେ, ତାଙ୍କ ସୁପୁତ୍ର ତଥା ଜନନାୟକ ନବୀନ ପଟ୍ଟନାୟକ ତାହାକୁ ସଫଳ କରିଛନ୍ତି ବୋଲି କହିଥିଲେ । ଆଜି ମହିଳା ସଶକ୍ତି କରଣ ପାଇଁ ନିଆଯାଉଥିବା ପଦକ୍ଷେପ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମହିଳାଙ୍କ ବିକାଶ ପାଇଁ ଗଠନ ହୋଇଥିବା ମିଶନ ଶକ୍ତି ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ । ୭୦ ଲକ୍ଷ ମହିଳା ମିଶନ ଶକ୍ତି ଦ୍ୱାରା ଉପକୃତ ହୋଇଥିବା ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାମୁହିକ ବିକାଶ କରୁଥିବା ବେଳେ ନୟାଗଡ଼ରେ ସର୍ବାଧିକ ବିକାଶ ହେଉଛି । ଶାନ୍ତି ପ୍ରତିଷ୍ଠା ହେଲେ ପ୍ରଗତି ଅଧିକରୁ ଅଧିକ ହେବ ବୋଲି କହିଥିଲେ । ଓଡ଼ିଶା ଦିନେ ଭୋକର ଭୁଗୋଳ ଥିବା ବେଳେ ଆଜି ବଳକା ରାଜ୍ୟରେ ପରିଣତ ହୋଇଥିବା ବିଧାୟକ କହିଥିଲେ । ରାଜ୍ୟ ଏବେ ଚାଉଳ, କ୍ଷୀର ଉତ୍ପାଦନରେ ଆଗରେ ରହିଥିବା ବେଳେ ବିଜୁ ବାବୁଙ୍କ ସ୍ୱପ୍ନ ପୁରଣ ହୋଇଥିବା କହିଥିଲେ । ହକି ପାଇଁ ଓଡ଼ିଶା ସାରା ବିଶ୍ୱରେ ପରିଚୟ ଲାଭ କରିଛି । ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ନେବାକୁ ପ୍ରୟାସ ଜାରି ରହିଛି । ଏହା ସହ ଜାତୀୟ ସ୍ତରରେ ଓଡ଼ିଶାର ପରିଚୟ ପୁରୀ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ପରିସର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପକୁ ବିଧାୟକ ପ୍ରଶଂସା କରିଥିଲେ । ସୁଆଣ୍ଡର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ପ୍ରକଳ୍ପ ଉଦଘାଟନ କରିଛନ୍ତି । ଆଗାମୀ ଦିନରେ ରାଜ୍ୟର ଅନ୍ୟ ସ୍ଥାନର ବିକାଶ କରାଯିବ ବୋଲି ବିଧାୟକ କହିଛନ୍ତି । ବିଧାୟକ ନବୀନ ଓଡ଼ିଶା ଗଠନ ପାଇଁ ଦଳୀୟ କର୍ମୀ ଓ ନେତାଙ୍କୁ ଶପଥ ପାଠ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ, ଆଶିଷ କୁମାର ଅଗ୍ରୱାଲ, ସୁବାଷ ଚନ୍ଦ୍ର କହଁର , ବିଭୂପ୍ରସାଦ ସାହୁ, ଅମୁଲ୍ୟ କୁମାର ମହାନ୍ତି, ସରପଞ୍ଚ ବିଜନ ପାଇକରାୟ, ବିଜେଡି ଛାତ୍ର ସଭାପତି ନୀଳମାଧବ ପଣ୍ଡାଙ୍କ ସମେତ ବହୁ ନେତୃତ୍ୱ ଉପସ୍ଥିତ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *