ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ବିଜୁ ଜୟନ୍ତୀ ତଥା ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅବସରରେ ଖଣ୍ଡପଡା ବିଧାୟକ ସୌମ୍ଯରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ସଭା ଆୟୋଜିତ ହୋଇଥିଲା ! ଏହି ସଭାରେ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନବୀନ ଓଡ଼ିଶା ଗଠନ ପାଇଁ ସମସ୍ତ ବିଜୁ ପ୍ରେମୀ ଓ ବିଜେଡ଼ି କର୍ମୀ ଶପଥ ଗ୍ରହଣ କରିଥିଲେ | କାର୍ଯ୍ୟକ୍ରମ ଅବସରରେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ଯକେନ୍ଦ୍ରରେ ଉପସ୍ଥିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯିବା ସହ ଏକ ବିଶାଳ ସାଇକେଲ୍ ରାଲି ଆୟୋଜିତ ହୋଇଥିଲା ଏବଂ ପରିଶେଷରେ ଭାପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି |

