ବିଜେଡ଼ି ପକ୍ଷରୁ ସୁକିନ୍ଦାରେ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ନେତା ଓ କର୍ମୀମାନେ ବିଭିନ୍ନ ସମୟରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡ଼ାଇ ଓ ପୁର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କୁ ଆକ୍ଷେପ କରି କହିବା ଓ ବିଭିନ୍ନ କାର୍ଯ୍ୟକ୍ରମରେ ଆସି ଗଣ୍ଡଗୋଳ କରିବା ନେଇ ଆଜି ସୁକିନ୍ଦାରେ ବିଜେଡ଼ି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ଜିଲ୍ଲା ପରିଷଦ ପ୍ରତାପ କେଶରୀ ପଟ୍ଟନାୟକ, ବ୍ଲକ କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ବୋଷ, ସ୍ଥାନୀୟ ସରପଞ୍ଚ ସ୍ଵାଧୀନ ଦାସ, ବ୍ଲକ ଯୁବ ସଭାପତି ସୁଜିତ୍ ରାଉତ, ଯୁବନେତା ରଞ୍ଜିତ ବେହୁରା, ଦୀପ୍ତି ରଞ୍ଜନ ବେହୁରାଙ୍କ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *