ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଗତମାସ ଫେବୃୟାରୀ ୨୮ ତାରିଖ ଦିନ ଶତବାର୍ଷିକୀ ଉତ୍ସବ ପାଳନ ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳର ଛାତ୍ରୀଙ୍କ ଲାଗି ଟେବୁଲ ଚେୟାର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ସାଂସଦ ଶ୍ରୀ ସାହୁ ୨୨ ଦିନ ମଧ୍ୟରେ ନିଜର ପ୍ରତିଶୃତି ପୁରଣ କରିଥିବାର ଜଣାପଡିଛି । ସାଂସଦ ଶ୍ରୀ ସାହୁଙ୍କ ତରଫରୁ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଟେବୁଲ ଚେୟାର ହସ୍ତାନ୍ତର କରିଥିବାର ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟ 5T ଅନ୍ତର୍ଭୁକ୍ତ କରାଯାଇ ଉନ୍ନୟନ କରାଯାଇଛି ହେଲେ ସାଂସଦ ଶ୍ରୀ ସାହୁ ନିଜସ୍ୱ ଉଦ୍ୟମରେ ଛାତ୍ରୀ ମାନଙ୍କ ଲାଗି ଟେବୁଲ ଚେୟାର ପ୍ରଦାନ କରିଛନ୍ତି । ଏହା ଦ୍ୱାରା ବିଦ୍ୟାଳୟର ଆହୁରି ଉନ୍ନତି ଘଟିବାରେ ସହାୟକ ହେଲା ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ଟେବୁଲ ଚେୟାର ପହଞ୍ଚିବା ସମୟରେ ଜିଲ୍ଲା ବିଜେଡି ଯୁବ ସଭାପତି ଏସ୍.ଲିଙ୍ଗରାଜ , ପାରଳା ନଗର ବିଜେଡି ସଭାପତି ସୁଧିରଞ୍ଜନ ମହାପାତ୍ର, ଯୁବନେତା ସୁଜିତ କୁମାର ଦାସ, ଛାତ୍ର ବିଜେଡି ସଭାପତି ବିଶ୍ୱଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ! ସାଂସଦଙ୍କ ଏପରି କାର୍ଯ୍ୟ ତଥା ସ୍ୱଳ୍ପ ଦିନରେ ନିଜର ପ୍ରତିଶୃତି ରକ୍ଷା କରିଥିବାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
କଥା ଦେଇ କଥା ରଖିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ : ଛାତ୍ରୀଙ୍କ ଲାଗି ଟେବୁଲ ଚେୟାର ପ୍ରଦାନ କଲେ !!!

