ଜାତୀୟ ଟାଇକୋଣ୍ଡୋ ଚାମ୍ପିୟନସିପରେ ଏ.କେ.ବିଦ୍ୟାମନ୍ଦିର ଛାତ୍ରଙ୍କ କୃତିତ୍ୱ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ରାଜସ୍ଥାନର କୋଟା ଠାରେ ୫ମ କ୍ୟାଡେଟ କ୍ୟୁରୋଗୀ ଓ ପୂମସେ ଜାତୀୟ ଟାଇକୋଣ୍ଡୋ ଚାମ୍ପିୟନସିପ ଗତ ମାସ ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ ପ୍ରତିଯୋଗିତାରେ କଟକ ଜିଲ୍ଲାର ୪୨ ମୌଜା ସ୍ଥିତ ଏ. କେ.ବିଦ୍ୟାମନ୍ଦିର ଟାଇକୋଣ୍ଡୋ ଏକାଡେମୀର ଖେଳାଳୀ ଶ୍ରୀମାନ ପ୍ରତୀକ ସେନାପତି ବାଳକ କ୍ୟୁରୋଗୀ ୬୫ କେ.ଜି. ରୁ ଉର୍ଦ୍ଧ୍ବ ବିଭାଗରେ ରୌପ୍ୟ ପଦକ ଏବଂ ଶ୍ରୀମାନ ସୂର୍ଯ୍ୟ ସୁନିପନା ମହାପାତ୍ର ବାଳକ ଏକକ ପୂମସେ ବିଭାଗରେ କାଂସ୍ୟ ପଦକ ହାସଲ କରି ୪୨ ମୌଜା ତଥା ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି । ଏହି ଚାମ୍ପିୟନସିପରେ ୨୫ ଟି ରାଜ୍ୟରୁ ୧୨୦୦ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଥିଲେ । ଏ. କେ. ବିଦ୍ୟାମନ୍ଦିର ଟାଇକୋଣ୍ଡୋ ଏକାଡେମୀର ପ୍ରଶିକ୍ଷକ ମାଷ୍ଟର ଆର୍ଯ୍ୟନ ଚୌଧୁରୀ ଏହି ଚମ୍ପିୟାନସିପରେ ଜାତୀୟ ରେଫେରୀ ଭାବରେ ମନୋନୀତ ହୋଇ ଖେଳ ପରିଚାଳନା କରିଥିବାରୁ ଓଡିଶା ଟାଇକୋଣ୍ଡୋ ସଙ୍ଘର ସମ୍ପାଦକ ଶ୍ରୀଯୁକ୍ତ ମନମୋହନ ଭଞ୍ଜ ଶୁଭେଚ୍ଛା ଜଣାଇଛନ୍ତି । ଏ. କେ. ବିଦ୍ୟାମନ୍ଦିର ଟାଇକୋଣ୍ଡୋ ଏକାଡେମୀ ଖେଳାଳିଙ୍କ ଏହି ଭଳି କୃତିତ୍ବ କଟକ ତଥା ରାଜ୍ୟର ଟାଇକୱାଣ୍ଡୋ ଖେଳାଳି ମାନଙ୍କୁ ଉତ୍ସାହିତ କରିବ ବୋଲି ଏକାଡେମୀ ମୁଖ୍ୟ ଶ୍ରୀ କ୍ଷେତ୍ରମୋହନ ସେନାପତି,ବିଦ୍ୟାଳୟ ପ୍ରତିଷ୍ଠାତା ଡ଼. ଅନିରୁଦ୍ଧ ଖିଲାର ଓ ଚେୟାରମ୍ୟାନ ଡ଼. ଚନ୍ଦନା ବେହେରା କୃତି ଖେଳାଳି ମାନଙ୍କୁ ଶୁଭେଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *