ନଦୀ ରେ ବୁଡି ଯାଇଥିବା ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ।

Spread the love

ଅନୁଗୋଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅଞ୍ଚଳରେ ଘଟିଛି ଅଘଟଣ । ସୂଚନା ମୁତାବକ ଟିକିରା ନଦୀ ର କରଡେଇ ଘାଟରେ ଝୁଲାଡଙ୍ଗାରେ ପାରି ହେବା ସମୟରେ ଘଟିଛି ଏପରି ଏକ ଦୁର୍ଘଟଣା । ନଦୀରେ ବୁଡି ଜଣେ ଯୁବକ ନିଖୋଜ ଥିବା ସୂଚନା ମିଳିଥିବା । ନିଖୋଜ ଯୁବକ ଜଣକ ହେଉଛନ୍ତି ଏନଟିପିସି ଥାନା ଅନ୍ତର୍ଗତ ଚିନ୍ତାମଣିପୁର ଗ୍ରାମର ପବିତ୍ର ପ୍ରଧାନ। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ବୁଡି ଯାଇଥିବା ଯୁବକ କୁ ନଦୀରେ ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତ ଦେହକୁ ଉଦ୍ଧାର କରିଥିବା କଣିହାଁ ଥାନା ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *