ଅଣସରରେ ମହାବାହୁ , ନେତ୍ରୋତ୍ସବରେ ଦେବେ ନବ ଯୌବନ ଦର୍ଶନ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଅଣସରରେ ମହାବାହୁ , ନେତ୍ରୋତ୍ସବରେ ଦେବେ ନବ ଯୌବନ ଦର୍ଶନ ! ଶ୍ରଦ୍ଧାଳୁ ମାନଙ୍କୁ ସ୍ନାନ ପୂର୍ଣ୍ଣିମା ରେ ଗଜାନନ ବେଶ ରେ ଦର୍ଶନ ଦେଲେ ଶ୍ରୀ ଶ୍ରୀ ଦଧିବାମନ ଜିଉ ! ଦେବସ୍ନାନ ପୂର୍ଣ୍ଣିମା ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର କୋଇଲୋ ଗ୍ରାମ ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଶ୍ରୀ ଦଧିବାମନଜିଉ ଙ୍କ ମହାସ୍ନାନ ହେବା ସହିତ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରୁ ମନ୍ଦିର ସେବାୟତ ଙ୍କ ଦ୍ଵାରା ମଙ୍ଗଳ ଆଳତି, ପରେ ସେନାପଟା ଲାଗି ହୋଇଥିଲା । ଏହା ପରେ ରତ୍ନ ବେଦି ରୁ ମହାପ୍ରଭୁ ଙ୍କୁ ସେବାୟତ ମାନେ ପହଣ୍ଡି କରି ସ୍ନାନ ମଣ୍ଡପରେ ବିଜେ କରିଥିଲେ । ପରିଚ୍ଛା ସେବାୟତ ସୁବାସ ଚନ୍ଦ୍ର ମିଶ୍ର ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ । ମହାପ୍ରଭୁ ଙ୍କ ସ୍ନାନ ନିମନ୍ତେ ଲୁଣା , ଚିତ୍ରୋତ୍ପଳା, ମହାନଦୀ ମିଶ୍ରଣ ତ୍ରିବେଣୀ ସଙ୍ଗମ ରୁ ଅଣା ଯାଇଥିବା ଜଳ ଏବଂ ସୁବାସିତ ଚନ୍ଦନ ରେ ମହାପ୍ରଭୁଙ୍କୁ ସ୍ନାନ କରି ଦେଇଥିଲେ ସେବାୟତ । ସ୍ନାନ ହେବା ପରେ ମହାପ୍ରଭୁ ଶ୍ରୀଶ୍ରୀ ଦଧିବାମନଜିଉ ଙ୍କୁ ସେବାୟତ ମାନେ ଗଜାନନ ବେଶ ରେ ଆଭୁଷଣ କରାଇଥିଲେ । ମହାପ୍ରଭୁ ଙ୍କ ସ୍ନାନ ଓ ଗଜାନନ ବେଶ ଦେଖିବା ନିମନ୍ତେ ଶ୍ରଦ୍ଧାଳୁ ଙ୍କ ସମାବେଶ ହୋଇଥିଲା ।

Leave a Reply

Your email address will not be published. Required fields are marked *