ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଶିବିର ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଠାରେ ରାଷ୍ଟ୍ରୀୟ ଗୋକୁଳ ମିଶନ ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଆନୁକୁଲ୍ୟରେ ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଓ ସଚେତନତା ସଭା ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ , ଗଜପତିଙ୍କ ଦ୍ଵାରା ଆୟୋଜିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରମାକାନ୍ତ ରଣାଙ୍କ ସଭାପିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ,ଗଜପତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଏନ୍.ବିରାରାଜୁ, ଅଧକ୍ଷ, ପଞ୍ଚାୟତ ସମିତି ଗୋଷାଣୀ, ଶ୍ରୀମତୀ ଶିଳ୍ପା ପାତ୍ର, ସ୍ଥାନୀୟ ସରପଞ୍ଚ ଗୁରାଣ୍ଡି ଓ ଶ୍ରୀ କେ.ରାମା ରାଓ, କାଉନସିଲର, ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଚାଷୀ ମାନଙ୍କୁ ଉତ୍ତମ ଗୋ-ପାଳନ ଓ ଗୋପଲନରେ ସରକାରଙ୍କର ସୁବିଧା ବିଷୟରେ କହିଥିଲେ । ଏହି ମେଗା ଗୋ-ବନ୍ଧ୍ୟା ନିରାକରଣ ଶିବିରରେ ଗଜପତି ଜିଲ୍ଲାରୁ ସାତ ଗୋଟି ବ୍ଲକରୁ ଅଭିଜ୍ଞ ପ୍ରାଣୀ ଚିକିତ୍ସକ ମାନେ ଓ ପ୍ରାଣୀଧନ ନିରୀକ୍ଷକ ମାନେ ପ୍ରାୟ ୨୫୬ ଗାଈ ଙ୍କୁ ଚିକିତ୍ସା କରିବା ସହିତ ସେମାନଙ୍କୁ ଅଧିକ ଗାଈ ମାନଙ୍କର ଗୋ-ବନ୍ଧ୍ୟା ଜନିତ ରୋଗର ନିରୂପଣ କରି ଔଷଧ ଓ ଇଞ୍ଜେକ୍ସନ ପ୍ରଦାନ କରାଯାଇଛି ଓ ୨୫୨ ଜଣ ଚାଷୀ ଯୋଗ ଦେଇଥିଲେ । ଏହି ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଶିବିରରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନାରାୟଣ ମହାପାତ୍ର, ଡ଼ା. ଶ୍ରୀକାନ୍ତ ଖଟୁଆ, ଡ଼ା. ତରୁଣ ପାତ୍ର, ଡ଼ା. ପ୍ରଶାନ୍ତ ସାମଲ, ଡ଼ା. ଶୁଭକାନ୍ତ ମଲ୍ଲିକ, ଡ଼ା. ଦିଲ୍ଲୀପ କୁମାର ସାହୁ, ଡ଼ା. ବାମୁଡ଼ି ସାଇନନ୍ଧ, ଡା.ପ୍ରଭଞ୍ଜନ କୁମାର ପ୍ରଧାନ ଓ ବିଭିନ୍ନ ପ୍ରାଣୀ ସହାୟକ କେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକ ଏହି ଶିବିରରେ ସହଯୋଗରେ କରିଥିଲେ। ଏହି ଶିବିରରେ ଡ଼ାକ୍ତର ବିଦ୍ୟୁତ୍ ଶେଖର ମିଶ୍ର, ଉପ-ନିର୍ଦ୍ଦେଶକ, ପ୍ରାଣୀ ଚିକିତ୍ସା ଅଧିକାରୀ ପାରଳାଖେମୁଣ୍ଡି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡ଼ା.ଲିମା ମହନ୍ତି , ଭି.ଏ.ଏସ୍, ରାୟଗଡ଼ା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *