ରାମଠେଙ୍ଗା ପାଖ ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ଯୁବକ ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ରାମଠେଙ୍ଗା ପାଖ ଜଙ୍ଗଲରୁ ସ୍ଥାନୀୟ ପୋଲିସ ଦ୍ଵାରା ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରି ବିଚାର ବିଭାଗୀୟ ଅଦାଲତରେ ହାଜର କରାଇଛି ! ସୂଚନା ମୁତାବକ 15 ତାରିଖ ଗୁରୁବାର ଦିନ ରାମଠେଙ୍ଗା ପାଖ ଜଙ୍ଗଲରୁ ସ୍ଥାନୀୟ ପୋଲିସ ଦ୍ଵାରା ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ କଳିଙ୍ଗନଗର ପୋଲିସ ତଥ୍ୟ ମୁତାବକ , ରାମଠେଙ୍ଗା ଗ୍ରାମର ବାବୁରାମ ଜାମୁଣ୍ଡା ପାରିବାରିକ କଳହକୁ କେନ୍ଦ୍ର କରି ତାଙ୍କ ସ୍ତ୍ରୀ ଲିଲି ଜାମୁଣ୍ଡାଙ୍କୁ ମାରି ରାମଠେଙ୍ଗା ପାଖ ଜଙ୍ଗଲରେ ପକାଇ ଫେରାର ହୋଇଯାଇଥିଲା । କଳିଙ୍ଗନଗର ପୋଲିସ ସାକ୍ଷ୍ୟ ପ୍ରମାଣ ଆଧାରରେ ବାବୁରାମ ଜାମୁଣ୍ଡାଙ୍କୁ କଟକ ଅଞ୍ଚଳରୁ ଗିରଫ କରି କେସ ନଂ 104/23 ରେ ଏକ ମାମଲା ରୁଜ୍ଜୁ କରି ମଙ୍ଗଳବାର ଦିନ ବାବୁରାମ ଜାମୁଣ୍ଡାଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠେଇ ଦେଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *