ମା’ ଚର୍ଚ୍ଚିକାଙ୍କ ସେବାୟତ ଓ ଋଚିକ କ୍ଲବ ଆନୁକୁଲ୍ୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ସେବାୟତ ଓ ଋଚିକ କ୍ଲବ ଆନୁକୁଲ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି । କଟକ ମର୍ଡନ୍ ଆଇକେୟାର ଆଣ୍ଡ ସୁପର ସ୍ପେସିଆଲିଷ୍ଟ୍ କ୍ଲିନିକ୍ ତରଫରୁ ଡକ୍ଟର ରେଶ୍ମା ପରିଉଇନ୍‌, ଅରବିନ୍ଦ ନାୟକ, ଚନ୍ଦନ ମିଶ୍ର, ସନ୍ତୋଷ ମନ୍ତ୍ରୀ, ଆକାଂକ୍ଷା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ୫୦ ଜଣଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ସେଥି ମଧ୍ୟରୁ ୫ ଜଣଙ୍କର ମୋତିଆ ବିନ୍ଦୁ ଅପରେସନ୍ ନିମନ୍ତେ କଟକ ପଠାଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟି କାଳନ୍ଦୀ ଚରଣ ମହାପାତ୍ର, ଉପନଗରପାଳ ସନ୍ତୋଷ କୁମାର ରଣା, ଅଶୋକ କୁମାର ରଣା, ଅନନ୍ତ ରଣା, ସମୀର ରଣା, ମୃତ୍ୟୁଞ୍ଜୟ ମହାପାତ୍ର, ସୁଧୀର ରଣା, ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

 

Leave a Reply

Your email address will not be published. Required fields are marked *