ଆଞ୍ଚଳିକ ଗୋବଂଶ ସୁରକ୍ଷା ସମିତି ପକ୍ଷରୁ ଗୋମାଂସ ଚାଲାଣକୁ ପ୍ରତିବାଦ !!!

Spread the love

ବାଙ୍କୀ ( ଆୱାଜ ମିଡିଆ) – ପ୍ରଶାନ୍ତ କୁମାର କର : ଆଞ୍ଚଳିକ ଗୋବଂଶ ସୁରକ୍ଷା ସମିତି ପକ୍ଷରୁ ଅବୈଧ ଗୋମାଂସ ଚାଲାଣକୁ ପ୍ରତିବାଦ ! ବାଙ୍କୀରେ ଆଞ୍ଚଳିକ ଗୋବଂଶ ସୁରକ୍ଷା ସମିତି ପକ୍ଷରୁ ବାଙ୍କୀ ଥାନା ଅଧିକାରୀ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସାଧୁ ଗୋବିନ୍ଦ ଚରଣ ଦାସ ଓ ସାଧୁ କୁମାର ଅମିୟ ବାବାଙ୍କ ସହିତ ବଡମ୍ବା , ବାଙ୍କୀ, ଆଠଗଡ଼ ଅଞ୍ଚଳର ଅନେକ ଗୋପ୍ରେମୀ ଲଗାତାର ଏ ଅଞ୍ଚଳରୁ ଗୋମାଂସ ଚାଲାଣ ହେଉଥିବା ବିଷୟରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ପୁନର୍ବାର ଘୋଳପୁର ଠାରେ ଗୋମାଂସ ବୋଝେଇ କଣ୍ଟେନର ଗାଡ଼ି ବାଙ୍କୀ ପୋଲିସ ଦ୍ୱାରା ଜବତ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ଏହାର ପ୍ରତିବାଦରେ ଗୋପ୍ରେମୀ ସମାଜସେବୀ ଅଜୟ କୁମାର ସ୍ବାଇଁ, ସରୋଜ କୁମାର ରଣା ଙ୍କ ନେତୃତ୍ବରେ ଅନେକ ଗୋଭକ୍ତ ସଂଯୋଜକ ଚନ୍ଦନ କୁମାର ନାୟକ, ଅପୂର୍ବ ରଞ୍ଜନ ମହାପାତ୍ର, ବଡମ୍ବା ସଂଯୋଜକ ଚନ୍ଦ୍ରକାନ୍ତ ସ୍ବାଇଁ, ଧର୍ମରାଜ ପାଟସାଣି, ଉପଦେଷ୍ଟା ସିଦ୍ଧେଶ୍ୱର ପାଇକରାୟ, ପଦ୍ମଲୋଚନ ନାୟକ, ଜଗତମାତା ସାହୁ, ଲକ୍ଷ୍ମୀପ୍ରିୟା ରାଉତଙ୍କ ସମେତ ଅନେକ ଗୋପ୍ରେମୀ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରତିବାଦ କରିଥିଲେ। ପ୍ରଶାସନ ପକ୍ଷରୁ ଗୋମାଂସ ଚାଲାଣକୁ ତୁରନ୍ତ ବନ୍ଦ କରା ନଯାଏ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ସମିତି ପକ୍ଷରୁ ସରକାର ଓ ସ୍ଥାନୀୟ ପ୍ରଶାସନ ସହିତ ଆଞ୍ଚଳିକ ଥାନା ଅଧିକାରୀ ମାନଙ୍କୁ କଡା ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *