ବିପଦ ସଙ୍କୁଳ ଅବସ୍ଥାରେ ରଣଶଙ୍ଖ ବାଙ୍କୀ କଟକ ମୁଖ୍ୟ ରାସ୍ତା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବିପଦ ସଙ୍କୁଳ ଅବସ୍ଥାରେ ରଣଶଙ୍ଖ ବାଙ୍କୀ କଟକ ମୁଖ୍ୟ ରାସ୍ତା ! ୧୯୧୯ ମସିହାରେ ମହାନଦୀ ଉପରେ ନିର୍ମିତ ବ୍ରିଟିଶ ଅମଳର ଲୁହା ପୋଲଟି ୨୦୦୮ ମସିହାରେ ସମ୍ପୂର୍ଣ୍ଣ ଭାସି ଯାଇଥିବା ସମୟରେ ଏହିଠାରେ ତିଆରି କରାଯାଇଥିଲା ନୂଆ ସେତୁ । କିନ୍ତୁ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏବେ ବିପଦ ପୁର୍ଣ୍ଣ ଅବସ୍ଥାରେ ରହିଛି । ଧିରେ ଧିରେ ଏହି ସେତୁ ର ପାର୍ଶ୍ୱ ରେ ଥିବା ସହଯୋଗୀ କାନ୍ଥ ରୁ ଏବେ ମାଟି ଅତଡା ଖସିବାକୁ ଲାଗିଲାଣି । ଫଳରେ ଆଖପାଖ ଅଞ୍ଚଳର ଲୋକ ମାନେ ଏକ ପ୍ରକାର ଭୟଭୀତ ହୋଇ ପଡିଛନ୍ତି । ଏଥି ପ୍ରତି ପ୍ରଶାସନ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ସାଧାରଣ ରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *