ସର୍ବ ଭାରତୀୟ ସ୍ତରରେ ଗଜପତି ଜିଲ୍ଲାର ପାଠାଗାର ର ଉତ୍କର୍ଷ କାର୍ଯ୍ୟ ଶୁଣିଲା ସାରା ଦେଶ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟିତ ଦୁଇ ଦିନିଆ ପୁସ୍ତକାଳୟ ପର୍ବ – ୨୦୨୩ ତଥା ପ୍ରଗତି ମୈଦାନ ନୂଆଦିଲ୍ଲୀ ଠାରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସମ୍ମାନିତ ବକ୍ତା ଭାବେ ଯୋଗଦେଇ, ଗଜପତି ଜ଼ିଲ୍ଲାର ପାଠାଗାରକୁ ନେଇ ହୋଇଥିବା ଉତ୍ତମ କାର୍ଯ୍ୟ ମୁଖ୍ୟତଃ ପଞ୍ଚାୟତ ସ୍ତରରେ ହୋଇଥିବା ଗୋଷ୍ଠି ପାଠାଗାର ଓ ସେବାଶ୍ରମ ବିଦ୍ୟାଳୟରେ ହୋଇଥିବା ଆକର୍ଷଣୀୟ ବିଦ୍ୟାଳୟ ପାଠାଗାର କୁ ନେଇ ୧୦୦୦ ରୁ ଉର୍ଦ୍ଧ ପ୍ରତିନିଧିଙ୍କ ଠାରେ ଉପସ୍ଥାପିତ କରି ସମସ୍ତଙ୍କ ଆଦୃତି ଗ୍ରହଣ କରିଥିଲେ | ଏହି ବିଷୟରେ ଦେଶରେ ପାଠାଗାର କ୍ଷେତ୍ରରେ ଉତ୍କର୍ଷ କାର୍ଯ୍ୟ କରିଥିବା ଚୟନିତ ସରକାରୀ ପଦାଧିକାରୀ ମଧ୍ୟରୁ ଗଜପତି ଜ଼ିଲ୍ଲାପାଳ ଅନ୍ୟତମ ଥିଲେ | ଜ଼ିଲ୍ଲାରେ ଆଦିବାସୀ ଓ ଅନୁସୂଚିତ ବିଭାଗ ଗଜପତି ଦ୍ୱାରା ୫୦ ଗୋଟି ସେବାଶ୍ରମ ବିଦ୍ୟାଳୟରେ ପାଠାଗାର ପ୍ରୋତ୍ସାହନ କାର୍ଯ୍ୟକଳାପ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ୨୫ ଗୋଟି ଗୋଷ୍ଠି ପାଠାଗାର ସ୍ଥାପନା କରାଯାଇଛି |

Leave a Reply

Your email address will not be published. Required fields are marked *