ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ନାଟକ ମଞ୍ଚଠାରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡ଼ିଶା , ଭୁବନେଶ୍ୱର ଆନୁକୁଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରୋଦଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ୍ଷତ୍ରି ମୋନାଲିସା ଦାସ ଉଦଘାଟନ କରିଥିଲେ ! ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ ରବି କୁମାର ଉଦ୍ଦେଶ୍ୟ ଜ୍ଞାପନ କରି ପ୍ରତିଯୋଗିତାର ନିୟମାବଳୀ କହିଥିଲେ । ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ଜାଜପୁର ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ବିଜ୍ଞାନ ନାଟକ ପ୍ରତିଯୋଗିତା ର ଉପବିଷୟ ମିଲେଟ ଜାତୀୟ ଶସ୍ୟ ଖାଦ୍ୟ, ଖାଦ୍ୟ ସୁରକ୍ଷା, ଦୈନନ୍ଦି ଜୀବନରେ ପ୍ରୟୋଗ ବିଜ୍ଞାନ, ସ୍ବାସ୍ଥ୍ୟ ର ଯତ୍ନ ଓ ସମାଜର ଅନ୍ଧ ବିଶ୍ୱାସ ଉପରେ ଆଲୋକପାତ କରିଥିଲେ । ଏହି ପ୍ରତିଯୋିତାରେ ଜିଲ୍ଲାର 50ଟି ଉଚ୍ଚ ବିଦ୍ୟାଳୟର 350 ଛାତ୍ର/ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ମନୋଜ କୁମାର ପାଢ଼ୀ ଓ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ବିଚାରକ ଭାବେ ଯୋଗ ଦେଇଥିଲେ। ୟ ଧର୍ମାରାଓ ଓ ଡି ଶ୍ରୀରାମ ମୂର୍ତ୍ତି ଉପସ୍ଥିତ ଥିଲେ ।ସୁଲତା ଶୁଭ ଦର୍ଶନି ସ୍ବାଗତ ଜଣାଇଥିବା ବେଳେ ସସ୍ମିତା ମିଶ୍ର ଧନ୍ୟବାଦ ଦେଇଥିଲେ ! ଶ୍ରେଷ୍ଠ ନିର୍ଦ୍ଦେଶକ ସନ୍ତୋଷ କୁମାର ଗୌଡ଼ , ଶ୍ରେଷ୍ଠ ସଂଳାପ ଜେ ସୌଜନ୍ୟ , ଶ୍ରେଷ୍ଠ ଅଭିନେତା ନୀଳକଣ୍ଠ ଜେନା , ଶ୍ରେଷ୍ଠ ଅଭିନେତ୍ରୀ ସନ୍ତୋଷିନି ଦଳବେହେରା, ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେ ଏମ ଭଳିଆ ସାହି ପ୍ରଥମ ସ୍ଥାନ ଅଧିକାର କରି ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ ସ୍ତରୀୟ ପ୍ରିତିଯୋଗିତା ରେ ଅଂଶ ଗ୍ରହନ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏସ ଭି ଟି ଉଚ୍ଚ ବିଦ୍ୟାଳୟ ଗାରବନ୍ଧ ଦ୍ୱିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ସାରଙ୍ଗ ତୃତୀୟ ସ୍ଥାନ ରଖିଛନ୍ତି । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ !

Leave a Reply

Your email address will not be published. Required fields are marked *