ଚତୁର୍ଦ୍ଦଶ ଦିନରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଧାରଣା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ସଂଘର ଆହ୍ବାନ କ୍ରମେ ଗଜପତି ଜିଲ୍ଲାର ୭ ଗୋଟି ବ୍ଳକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁଇ ଦଫା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ୧୪ ଦିନ ହେଲା ଧାରଣା ଜାରି ରଖିଛନ୍ତି । ସରକାରଙ୍କର ବୈମାତୃକ ମନୋଭାବ ଯୋଗୁଁ ଦାବି ପୂରଣ ହେଉନଥିବାରୁ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶପଥ ଗ୍ରହଣ କରିଛନ୍ତି । ଏହା ଫଳରେ ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ବନ୍ଦ ହୋଇ ଯାଇଥିବାରୁ ହିତାଧିକାରୀ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଜନସାଧାରଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଦାବି ଶୀଘ୍ର ପୂରଣ କରିବା ପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *