ପିପିଲି ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ଆହତ ଷଣ୍ଢର ଚିକିତ୍ସା ଦାୟିତ୍ୱ ନେଲେ ସ୍ବେଛାସେବୀ ! ପିପିଲି ଓଭର ବ୍ରିଜ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଷଣ୍ଢ ର ଗୋଡ଼ ଆଘାତ ପାଇବା ପରେ ଷଣ୍ଢ ଟି ଛିଡା ହୋଇ ପାରୁ ନଥିଲା ! ଏହି ଖବର ପାଇ ଓଡିଶା ଜନ କଲ୍ୟାଣ ସେବା ସଂଗଠନ ସଦସ୍ୟ ମାନେ ଡାକ୍ତର ଙ୍କ ସାହାଯ୍ୟ ରେ ଷଣ୍ଢ ଟିର ଚିକିତ୍ସା କରିଥିଲେ ! ସେବା ରେ ସଂଗଠନ ର ସଭାପତି ଲଳିତ ବରାଳ ଏବଂ ସୁଜୟ ପ୍ରଧାନ, ରିଙ୍କୁ , ପ୍ରତାପ ବରାଳ, ସୂର୍ଯ୍ୟକାନ୍ତ ବରାଳ , ଅର୍ଜୁନ ସ୍ୱାଇଁ ପ୍ରଭୃତି ସଦସ୍ୟ ଷଣ୍ଢ ଟିକୁ ଉଠାଇ ଚିକିତ୍ସା ରେ ସାହାଯ୍ୟ କରିଥିଲେ ! ଏଭଳି କାର୍ଯ୍ୟ କରୁଥିବାରୁ ପୁରୀ ଜିଲ୍ଲା ରେ ପ୍ରଶଂସା ସାଉଁଟୁଛି ଓଡିଶା ଜନ କଲ୍ୟାଣ ସେବା ସଂଗଠନ ! ସେବା କାର୍ଯ୍ୟ ଚାଲିଛି ଏବଂ ଚାଲିଥିବ ବୋଲି କହିଛନ୍ତି ସଂଗଠନ ର ସଭାପତି ଲଳିତ ବରାଳ !


