ଆଫ୍ରିକାରେ ଚିନ୍ମୟ ଫାଉଣ୍ଡେସନର ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶ୍ଵ ତାପାୟନକୁ ରୋକିବା ପାଇଁ ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ଚାରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସଚେତନତା ଅଭିଯାନ ଜାରି ରହିଛି । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ଠାରେ ଗଢି ଉଠିଥିବା ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପ୍ରାୟୋଜିତ ଆନ୍ତର୍ଜତୀୟ ସବୁଜ ସୁରକ୍ଷା କାର୍ଯ୍ୟକ୍ରମ “ବନାନୀ” ପକ୍ଷରୁ ବିଭିନ୍ନ ଦେଶରେ ଚାରା ଓ ବୃକ୍ଷ ରୋପଣ, ସଚେତନତା ରାଲି, “ପ୍ଲାଣ୍ଟ ଏ ଟ୍ରି ଲୋକାଲି ଫର୍ ରିଡ୍ୟୁସିଂ ୱାର୍ମିଁ ଗ୍ଲୋବାଲି” ଶିରୋନାମା ଉପରେ ଆଲୋଚନାଚକ୍ର ଆଦି ଅନୁଷ୍ଠିତ ହେଉଥିବା ବେଳେ, ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଫ୍ରିକାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାର ଦେଖିବାକୁ ମିଳିଛି । ଚିନ୍ମୟ ଫାଉଣ୍ଡେସନର ଆଫ୍ରିକା (କଣ୍ଟେନାଣ୍ଟ) ସଂଯୋଜକ ମାଗ୍ଜି ମା ଭୂୟାନି ଆଚିଡିକାନଙ୍କ ନେତୃତ୍ବରେ ବହୁ ସ୍ଵେଛାସେବୀ ଏଥିରେ ଅଂଶ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *