ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଓଡ଼ିଶା ସରକାର କମର୍ସିଆଲ ଗାଡ଼ି ମାନଙ୍କରେ (VLTD) vehicle location tracking device ଲଗାଇବା ପାଇଁ ବାଧ୍ୟତାମୂଳକ କରିଛନ୍ତି । ଯେଉଁ ୧୭ ଟି GPS tracking company ବିହାର ରେ ବ୍ଲାକ ଲିଷ୍ଟ ହୋଇଛନ୍ତି , ସେମାନେ ଏବେ ଓଡିଶା ରେ କାମ ପାଇଁ ଆପଣେଇଛନ୍ତି ନୂଆ ଫର୍ମୁଲା ! ସେ କମ୍ପାନୀ ମଧ୍ୟରୁ ATLANT,ଏବଂ iTriangle ଓଡିଶା ରେ ଆଗରୁ ଗାଡ଼ି ମାନଙ୍କରେ ତାଙ୍କର Mining GPS ଲଗାଇଛନ୍ତି ! କିନ୍ତୁ ଗାଡ଼ି ମାଲିକ ମାନେ ଉପଯୁକ୍ତ ସେବା ପାଇବାରେ ଅସଫଳ ହୋଇ ଆସୁଛନ୍ତି । ଓଡ଼ିଶା ରେ ଏପର୍ଯ୍ୟନ୍ତ ଉପଯୁକ୍ତ ସେବା ମିଳି ପାରିନାହିଁ , ଅନ୍ୟପକ୍ଷେ ସର୍ଭିସ ପାଇଁ ଦିଲ୍ଲୀ ନେବାକୁ ପଡୁଛି । କିନ୍ତୁ ସେହି କମ୍ପାନୀ ଗୁଡିକ ଏହିସବୁ ଅବହେଳା ପାଇଁ ବିହାର ରୁ ବ୍ଲାକ ଲିଷ୍ଟ ହୋଇ ଏବେ ଓଡ଼ିଶା ମୁହାଁ । ଯଦି ଉପରୋକ୍ତ କମ୍ପାନୀ ଗୁଡିକ MINING GPS ରେ ଠିକ୍ ସେବା ଦେବାରେ ଅସମର୍ଥ , ତେବେ ପ୍ରଶ୍ନ ଉଠିଛି VLTD ରେ କିପରି ସେମାନେ ସର୍ଭିସ୍ ପ୍ରଦାନ କରିବେ । ମହିଳା ଏବଂ ଶିଶୁ ମାନଙ୍କ ସୁରକ୍ଷା ପାଇଁ ଏ ବ୍ୟବସ୍ଥା ସରକାର କରିଛନ୍ତି । ତେବେ ଯଦି ସେହି GPS କମ୍ପାନୀ ଗୁଡିକ ଓଡିଶା ରେ କାମ କରନ୍ତି , ସରକାର ଙ୍କ ତରଫରୁ ତାଙ୍କର ପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଉ ଏବଂ ଓଡିଶା ରେ ତାଙ୍କର ସର୍ଭିସ ଷ୍ଟେସନ ନିର୍ମାଣ ହେଲା ପରେ ତାଙ୍କୁ ଓଡିଶା ରେ କାମ କରିବାକୁ ଅନୁମତି ଦିଆଯାଉ ବୋଲି ବହୁ ଭାରୀଯାନ ମାଲିକ ଦାବୀ କରିଛନ୍ତି ।
ବିହାର ରୁ ବ୍ଲାକ ଲିଷ୍ଟ ହେଲା ପରେ ଏବେ ଓଡିଶା ଉପରେ ଲୋଲୁପ ଦୃଷ୍ଟି !!!

