ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟମକା ଥାନା ଅନ୍ତର୍ଗତ ନଆଗାଁ ଅଞ୍ଚଳରେ ଜଣେ ମହିଳାଙ୍କ ସହିତ ଯୁବକଙ୍କର ଅନୈତିକ ସମ୍ପର୍କ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ! ଟମକା ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ଥାନରେ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ସୂଚନା ମୁତାବକ ମାନପୂର୍ ଅଞ୍ଚଳର ଜଣେ ଯୁବକ ଚିତ୍ରି ନୂଆଗାଁ ଅଞ୍ଚଳରେ ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ସ୍ଥାନୀୟ ବାସିନ୍ଦା ଦେଖି ବିରୋଧ କରିଥିଲେ । ଏନେଇ ଟମକା ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକ ଓ ମହିଳାଙ୍କୁ ଥାନାକୁ ଆଣିବା ପରେ ମହିଳାଙ୍କ ସ୍ବାମୀ ବାହାରେ ରହୁଥିବାରୁ ପୋଲିସ ତାଙ୍କୁ ଏନେଇ ସୂଚନା ଦେଇଥିବା ଜଣା ପଡ଼ିଛି । ଟମକା ପୋଲିସ ଏବେ ମହିଳାଙ୍କୁ ଜିଲ୍ଲା ସୁଧାର ଗୃହକୁ ପଠାଇ ଯୁବକଙ୍କୁ ପଚରାଉଚରା କରି ତଦନ୍ତ ଜାରି ରଖିଥିବା ଟମକା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ନଆଗାଁ ଅଞ୍ଚଳରେ ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ନେଇ ଯୁବକ ଥାନାରେ ଅଟକ !!!

