ସମଗ୍ର ବିଶ୍ୱକୁ ଭାଇଚାରା ଭାବରେ ବାନ୍ଧି ରଖିବା ପାଇଁ ସାଂସ୍କୃତିକ ଜାଗରଣ ଏକ ମାଧ୍ୟମ !!!

Spread the love

ମୟୁରଭଞ୍ଜ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱକୁ ଭାଇଚାରା ଭାବରେ ବାନ୍ଧି ରଖିବା ପାଇଁ ସାଂସ୍କୃତିକ ଜାଗରଣ ଏକ ମାଧ୍ୟମ ! ଚିନ୍ମୟ ଫାଉଣ୍ଡେସନର ଓଲକୁଦର ଠାରେ ଆୟୋଜିତ ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମରେ ବହୁ ବକ୍ତାଙ୍କ ମତ । ସମଗ୍ର ବିଶ୍ୱ ଗୋଟିଏ ପରିବାର । ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ମାନବବାଦର ପ୍ରଚାର ପ୍ରସାର ଆମର ପରମ କର୍ତ୍ତବ୍ୟ । ସାଂସ୍କୃତିକ ଜାଗରଣ ମାଧ୍ୟମରେ ବିଶ୍ଵ ମାନବବାଦର ପ୍ରତିଷ୍ଠା କରାଯାଇ ପାରିବ ବୋଲି ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ ଅନ୍ତର୍ଗତ ଓଲକୁଦର୍ ଠାରେ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମରେ ବହୁ ବକ୍ତା ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଦେଶର ଗ୍ରାମାଞ୍ଚଳ ମାନଙ୍କର ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆନ୍ତର୍ଜାତିକ ସ୍ତରରେ ସ୍ବୀକୃତି ପ୍ରଦାନ କରିବା ନିମନ୍ତେ ଏହି ଗାଁ ପ୍ରତିଭା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆଜି ତାହା ଯଶିପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ସଂଯୋଜିକା ସୀତାମଣି ଦାସଙ୍କ ନେତୃତ୍ବରେ ସଚି ଦାସ, ସୁଶାନ୍ତ ନାଏକ ଆଦି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରମେଶ ନାଏକ, ଅର୍ଜୁନ ନାଏକ, ରମାକାନ୍ତ ନାଏକ, ପୁରୋଷୋତ୍ତମ ନାଏକ, ଅଜୟ ନାଏକ, ରାଇସନ୍ ନାଏକ, ଆନନ୍ଦ ନାଏକ, ସୁରେଶ ନାଏକ, ସୁରେନ୍ଦ୍ର ନାଏକ, ଶିବ ନାଏକ ଆଦି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *