ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମହାନଦୀ ବ୍ରିଜ ଉପରେ ଝୁଲି ରହିଲା ଯାତ୍ରୀବାହୀ ବସ , ବର୍ତ୍ତିଗଲେ ଯାତ୍ରୀ ! ମହାନଦୀ ବ୍ରିଜ ଉପରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ । ବାଙ୍କୀ ଯାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ଝୁଲି କରି ରହିଲା ! OD 19 G 7119 ନମ୍ବର ବସ ଟି ଅନୁଗୁଳ ରୁ ଭୂବନେଶ୍ବର ଯାଉଥିବା ବେଳେ ସୁବର୍ଣ୍ଣପୁର ବ୍ରିଜ ଉପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ ଗାଡିରୁ ବାହାରି ଯାଇଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସଟି ବ୍ରିଜ ଉପରେ ଝୁଲନ୍ତା ଅବସ୍ଥାରେ ରହିଥିଲା ! ତେବେ ଗାଡି ଚାଳକର ଭୁଲ କାରଣରୁ ଏପରି ହୋଇଥିବା କଥା ପରିବହନ ବିଭାଗର ତଦନ୍ତ ପରେ ସୂଚନା ମିଳିଛି !
ମହାନଦୀ ବ୍ରିଜ ଉପରେ ଝୁଲି ରହିଲା ଯାତ୍ରୀବାହୀ ବସ !!!

