ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାଜପଥ ବିଭାଗ ତ୍ରୁଟି ନେଉଛି ଜୀବନ ! ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର ! ୫୩ ନଂ ଜାତୀୟ ରାଜପଥ ସୁକିନ୍ଦା ଛକ ନିକଟରେ ଏକ ଦୁର୍ଘଟଣା ଘଟି ବାଇକ ଆରୋହୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ୫୩ନଂ ଜାତୀୟ ରାଜପଥ ସୁକିନ୍ଦା ଛକ ନିକଟ ଦେବରାଜ ହୋଟେଲ ସମ୍ମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ! ଦୁର୍ଘଟଣା ଘଟି ୫୦ଫୁଟ ଦୂରରେ ବାଇକ ଓ ଆରୋହୀ ଛିଟିକି ପଡିଥିଲେ ! ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ମାଣତିରା ଗ୍ରାମର ଭଗବାନ ଦାସଙ୍କ ପୁଅ ବସନ୍ତ ଦାସ ପୁରୁଣାପାଣି ଗ୍ରାମରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ସୁକିନ୍ଦା ସ୍ଥାନୀୟ ଦମକଳ ବାହିନୀ ବସନ୍ତକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ବସନ୍ତ ର ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ରାଜପଥ ବିଭାଗ ତ୍ରୁଟି ନେଉଛି ଜୀବନ !!!

