ସାଉଥ୍ ଆଫ୍ରିକାରେ ଆରମ୍ଭ ହେଲା ଚିନ୍ମୟ ଫାଉଣ୍ଡେସନର ଘୋଡ଼ା ଦୌଡ ପ୍ରତିଯୋଗିତା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ବରେ ବିଭିନ୍ନ ସ୍ଥାନରେ ପ୍ରତିଭା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ଵୀକୃତି ପ୍ରଦାନ ସହ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ କାର୍ଯ୍ୟ କରୁଛି ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ । ଫାଉଣ୍ଡେସନ ଦ୍ଵାରା ପରିଚାଳିତ ଆନ୍ତର୍ଜାତୀୟ ଗ୍ରାମୀଣ ପ୍ରତିଭା ଅନ୍ଵେଷଣ ଅଭିଯାନ ପକ୍ଷରୁ ସମଗ୍ର ବିଶ୍ବର ଗାଆଁ ଗହଳିର ପ୍ରତିଭା ମାନଙ୍କୁ ଚିହ୍ନଟ କରାଯାଉଛି । ଏହି ଅବସରରେ ଦୀର୍ଘ ଏକ ମାସ ଧରି ଆୟୋଜିତ ହେବାକୁ ଥିବା ଘୋଡ଼ା ଦୌଡ ପ୍ରତିଯୋଗିତା ସାଉଥ୍ ଆଫ୍ରିକାର ମାଗାଡଲା ଜିଲ୍ଲାର ମାଟାଟାଇଲ ସ୍ଥିତ ମାଗୋନକ୍ୱୌଲୱେନି ଗାଆଁରେ ଉଦ୍ଘାଟିତ ହୋଇଯାଇଛି ।

ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ଅନଲାଇନ୍ ମାଧ୍ୟମରେ ପ୍ରଦୀପ ପ୍ରଜ୍ବଳନ ସହ ଫିତା କାଟି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିଥିଲେ । ଆଫ୍ରିକା କଣ୍ଟେନାଣ୍ଟର ସଂଯୋଜକ ମାଗ୍ଜିମା ଭୁୟାନି ଆଚିଡିକାନଙ୍କ ନେତୃତ୍ବରେ ଆୟୋଜିତ ଏହି ଘୋଡ଼ା ଦୌଡ ପ୍ରତିଯୋଗିତାରେ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମରେ ସାମିଲ୍ କରାଯାଇ ସମ୍ମାନୀତ କରାଯିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *