ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ପକ୍ଷରୁ ସୁକିନ୍ଦା ରଥ ଦାଣ୍ଡରେ ସାଇବର ଠକେଇ ଜନିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ! ସୁକିନ୍ଦା ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ସାଇବର ଠକେଇ ଜନିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁକିନ୍ଦା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ାଙ୍କ ନେତୃତ୍ବରେ ସୁକିନ୍ଦା ମହାବିଦ୍ୟାଳୟ, ବ୍ଲକ ଛକ ଓ ସନ୍ଧ୍ୟାରେ ରଥ ଛକ ଠାରେ ସାଇବର ସୁରକ୍ଷା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକ ସାଇବର ଠକେଇର ଶିକାର ହେଉଥିବା ଦେଖିବାକୁ ମିଳିଛି । ଜନସାଧାରଣ କିପରି ଏହି ଠକେଇରୁ ରକ୍ଷା ପାଇପାରିବେ, ସେ ସମ୍ପର୍କରେ ପୁଲିସ୍ ପକ୍ଷରୁ ସଚେତନ କରାଯାଇଥିଲା । ଏହି ଅବସରରେ କଳାକାର ମାନେ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ଅବଗତ କରାଇଥିଲେ।
ସୁକିନ୍ଦା ରଥ ଦାଣ୍ଡରେ ସାଇବର ଠକେଇ ଜନିତ ସଚେତନତା କାର୍ଯ୍ୟକ୍ରମ !!!

