କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଇନର ହୁଇଲ କ୍ଳବ ପକ୍ଷରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେସନ ବିଲଡର ସମ୍ମାନ ପ୍ରଦାନ । କଟକ ର ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ଧରି ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରି ଆସୁଥିବା ସାମାଜିକ ସଙ୍ଗଠନ ଇନର ହୁଇଲ କ୍ଳବ ପକ୍ଷରୁ ଦକ୍ଷତା ଅନୁଯାୟୀ କଟକରେ ଥିବା ପ୍ରାୟ ୫୦ ଟି ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ କଟକ କ୍ଲବରେ ସାମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ପିଲାମାନଙ୍କ ର ଭବିଷ୍ୟତ ଗଠନରେ ଶିକ୍ଷକ /ଶିକ୍ଷୟତ୍ରୀ ଙ୍କର ଗୁରୁତ୍ୱ ଭୂମିକା କୁ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ଚେୟାର ପର୍ସନ ରସିକା ବାହାଦୁର, ଇଣ୍ଟର ନ୍ୟାସନାଲ ଇନର ହୁଇଲ କୋଷାଧ୍ୟକ୍ଷ ସରିତା ଲୁଲାନି, ପୂର୍ବତନ ଜିଲ୍ଲା ଚେୟାର ପର୍ସନ ନଳିନୀ ମହାପାତ୍ର ଓ ଇନର ହ୍ୱିଲ ସେଣ୍ଟ୍ରାଲର ବାଣୀ ନିର୍ମଲା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

