ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅବକାରୀ ବିଭାଗର ଅବସରପ୍ରାପ୍ତ ସବ୍ ଇନିସପେକ୍ଟର କିଶୋର ଚନ୍ଦ୍ର ରଥ ଆଗାମୀ ଏସୀୟ କ୍ରୀଡ ପ୍ରତିଯୋଗିତାରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆସନ୍ତା ନଭେମ୍ବର ୮ ରୁ ୧୨ ତାରିଖରେ ଫିଲିପାଇନସ୍ ରେ ହେଉଥିବା ଏସୀୟ କ୍ରୀଡା ପ୍ରତିଯୋଗିତାରେ ୧଼୦୦ ମିଟର ଟ୍ରିପଲ୍ ଜମ୍ପରେ ସେ ଭାଗ ନେବେ। ଓଡିଶାରୁ ୮ ଜଣ ଯୋଗ୍ୟ କ୍ରୀଡାବିତ ଙ୍କ ମଧ୍ୟରୁ ରଥ ଅନ୍ୟତମ । ପୂର୍ବରୁ ବହୁ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପଦକ ହାସଲ କରିଛନ୍ତି । ତାଙ୍କର ଏହି ବିରଳ ପ୍ରତିଭା ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।
କିଶୋର ରଥ ଏସୀୟ କ୍ରୀଡା ପାଇଁ ମନୋନୀତ !!!

