ବିପଦରେ ଲୋକନାଥ ମହାବିଦ୍ୟାଳୟ : କୁଚକ୍ରୀ ଗୋଷ୍ଠି କଲେଜକୁ କରୁଛନ୍ତି ବଦନାମ !!!

Spread the love

କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବିପଦରେ ଲୋକନାଥ ମହାବିଦ୍ୟାଳୟ , କୁଚକ୍ରୀ ଗୋଷ୍ଠି କଲେଜକୁ କରୁଛନ୍ତି ବଦନାମ । ଶସ୍ତା ଲୋକପ୍ରିୟତା ହାସଲ ପାଇଁ କୁଚକ୍ରୀ ଗୋଷ୍ଠୀ କଲେଜ ବାହାରେ ଘଟିଥିବା ଏକ ଘଟଣା କୁ ଦେଇଛନ୍ତି ରାଜନୈତିକ ମୋଡ । କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ ଲୋକନାଥ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ , ଅନ୍ୟତ୍ର ଏକ ହୋଟେଲ କୁ ନେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଥିଲା ! ଏତଲା କୁ ଭିତ୍ତି କରି କୁଦାନଗରୀ ଥାନା ପୋଲିସ ଏକ ମାମଲା ରୁଜୁ କରି ଜିଲ୍ଲା ବାହାରୁ ଅଭିଯୁକ୍ତ ମାନଙ୍କୁ ଧରି କୋର୍ଟ ଚାଲାଣ କରିଥିଲେ । କିନ୍ତୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଘଟଣା କୁ ରାଜନୈତିକ ମୋଡ ଦେଇ କଲେଜ ନାମରେ ଆପତ୍ତି ଜନକ ମନ୍ତବ୍ୟ ଦେଇ କଲେଜକୁ ବଦନାମ କରିବା ଆରମ୍ଭ କରି ଦେଇଥିଲେ । ଏପରିକି ବଦନାମ କରିବା ପାଇଁ ବିଭିନ୍ନ ମାଧ୍ୟମର ସାହାରା ମଧ୍ୟ ନିଆଯାଇଥିଲା । କିନ୍ତୁ କଲେଜ ଛାତ୍ରୀ ମାନେ ଆଗକୁ ଆସି କୁଚକ୍ରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଥିବା ବେଳେ ନିର୍ଦିଷ୍ଟ ଗଣମାଧ୍ୟମରେ ପ୍ରସାରିତ ଅଯୁକ୍ତିକର ଓ ଭିତ୍ତି ହୀନ ଖବର ଉପରେ ରୋକ ଲଗାଯାଉ ବୋଲି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *