ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଜଣେ ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଜଣେ ଗୁରୁତର । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଧିନ ଖୋସାଲପୁର ଗ୍ରାମରେ । ଗୁରୁତର ଆହତ ବ୍ୟକ୍ତି ଜଣକ ହେଲେ ଗ୍ରାମର ଆନନ୍ଦ ମଲିକ । ସେ ଆଜି ଘରେ ବାଣ ଭିଡୁଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ମଧୁବନ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *