ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା 2023 ଶୁଭ ଉଦଘାଟିତ ହୋଇଯାଇଛି I ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ମାନ୍ୟବର ସାଂସଦ ବ୍ରହ୍ମପୁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଜପତି, ଶ୍ରୀମତୀ ନିର୍ମଳା ସେଠୀ, ଅଧକ୍ଷା, ପୌର ପରିଷଦ ପାରଳାଖେମୁଣ୍ଡି, ଶ୍ରୀମତୀ ମାରିୟମ ରଇତ,ଅଧ୍ୟକ୍ଷା, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଜପତି ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ଆଇରେନିୟସ ପ୍ରଧାନ ପ୍ରମୁଖ ପ୍ରମୁଖ ମଞ୍ଚାସିନ ଥିଲେ I

ଏହି କୃଷି ମେଳାରେ ଜିଲ୍ଲାର ଚାଷୀ ଭାଇ ଓ ଭଉଣୀ ମାନଙ୍କ ର ସବୁ ବର୍ଗର ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠକୁ ବିଭିନ୍ନ ରିହାତି ମୂଲ୍ୟରେ ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। କୃଷକମାନେ ଚାଷ ପ୍ରଣାଳୀର ମାନଦଣ୍ଡ ବୃଦ୍ଧି କରି କିଭଳି ଭଲ ଫସଲ ଅମଳ କରିପାରିବେ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସୂଚନା ଦିଆଯାଇଛି।ଏହା ସହିତ ସରକାରଙ୍କ ଦ୍ୱାରା ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶିତ କରାଯିବ I ଏହି ମେଳା ତା.୨୮.୧୧.୨୦୨୩ ରିଖ ଠାରୁ ତା.୦୨.୧୨.୨୦୨୩ରିଖ ପର୍ଯ୍ୟନ୍ତ ଚାଲୁ ରହିବ I ସମସ୍ତ ଅତିଥି ମାନେ ଗଜପତି ଜିଲ୍ଲାର ଚାଷୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଜିଲ୍ଲାର ସମସ୍ତ ଚାଷୀଙ୍କ ଉତ୍ପାଦକ କ୍ଷେତ୍ରରେ କମ୍ ସମୟରେ କେମିତି ଅଧିକ ରୁ ଅଧିକ ଫସଲ ଉତ୍ପାଦନ କରିପାରିବେ ଓ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତିର ବିକାଶ ନିମନ୍ତେ କୃଷି ଯାନ୍ତ୍ରିକ ସୁବିଧା ଯୋଗାଇ ଦେବା ସହିତ ଜିଲ୍ଲା କୃଷି ଯାନ୍ତ୍ରିକ ମେଳା ଆୟୋଜିତ କରାଯାଇଛି ବୋଲି ସମସ୍ତ ଚାଷୀଙ୍କୁ କହିଥିଲେ I ଚାଷୀ ମାନଙ୍କର ଆୟକୁ ଦୁଇ ଗୁଣିତ କରିବା ନିମନ୍ତେ ବୈଷୟିକ ଜ୍ଞାନ ଓ ଜୈବିକ ସାର ବ୍ୟବହାର କରିବା ସାଙ୍ଗକୁ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ସମ୍ଫର୍କରେ ଆଲୋଚନା କରାଯାଇଥିଲା। ମିଶ୍ରିତ ଫସଲର ଚାଷ, ଅର୍ଥକାରୀ ଫସଲ ପାଇଁ ଉନ୍ନତ ଯନ୍ତ୍ରପାତିର ସଠିକ୍ ଉପଯୋଗ ଓ ପରିଚଳନା ,ଉନ୍ନତ ମାନର ଯାନ୍ତ୍ରିକ କରଣ ସୁବିଧା ଓ ସୁଯୋଗ ନେବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କୃଷକଙ୍କୁ ଭଲ ଚାଷ କରୁଥିବାରୁ ସେମାନଙ୍କୁ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ମେଳାରେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତର ଲୋକମାନଙ୍କୁ ସଚେତନତା କରାଯିବ । ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ, ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା ସଚେତନ କରାଇବା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ମାନଙ୍କ ନିମନ୍ତେ ବିଶେଷ ରିହାତି ଓ ବିକ୍ରୟ ବ୍ୟବସ୍ଥା, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମରେ କୃଷି ଯନ୍ତ୍ରପାତି ପାଇଁ ଋଣର ବ୍ୟବସ୍ଥା, କୃଷି ଓ ଅଣ ସଂଗଠିତ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ପ୍ରସାର ଏବଂ ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ଉତ୍ପାଦନ ବୃଦ୍ଧିର ବ୍ୟବସ୍ଥା ରହିଛି। ଏହି କୃଷି ଯନ୍ତ୍ରପାତି ମେଳା ୫୪ ଗୋଟି ଷ୍ଟୋଲ୍ ଖୋଲା ଯାଇ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ପ୍ରଦର୍ଶନ ସହିତ ରିହାତି ଦରରେ ଯୋଗାଣ ବ୍ୟବସ୍ଥା କରାଯାଇଛି।ଏହି ବୈଠକରେ ସୁନେମୀ ମଣ୍ଡଳ, ଅଧକ୍ଷା,ପଞ୍ଚାୟତ ସମିତି ଗୁମ୍ମା, ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଅଧିକାରୀ ସୁଶାନ୍ତ ରଞ୍ଜନ ଦାସ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଗଣଙ୍କ ସମେତ କୃଷୀ ଓ ଆନୁସଙ୍ଗିକ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗଦେଇ ଚାଷୀ ମାନଙ୍କୁ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର ଏବଂ ଉଦ୍ୟୋଗୀ କରଣ ଉପରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *