ବିଷାଦଗ୍ରସ୍ତ ଯୁବକଙ୍କୁ ଉଦ୍ଧାର କଲା ସୁବର୍ଣ୍ଣପୁର ଫାଣ୍ଡି ପୁଲିସ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ବାଙ୍କି ଯାତମୁଣ୍ଡିଆ – ସୁବର୍ଣ୍ଣପୁର ସେତୁ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଭଳି ଖବର ବାଙ୍କୀ ଥାନା ସୁବର୍ଣ୍ଣପୁର ବିଟ୍ ହାଉସ ଅଧିକାରୀ ପ୍ରସନ୍ନ ମlହlଳୀ ପାଇ ଖୋଜା ଖୋଜି କରି ସନ୍ଧାନ ପାଇ ନଥିଲେ । ଆଜି ଭୋର ୫ଟା ସମୟରେ ଖୋଜିବା ପରେ ଯୁବକ ଜଣକ ସେତୁ ତଳେ ଏକ ପାହିଆ ଉପରେ ବସିଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ! ପରେ ଯୁବକ କୁ ଉଦ୍ଧାର କରାଯାଇଥିଲା । ଯୁବକ ଜଣକ ଭୁବନେଶ୍ବର ଡୁମୁଡୁମା ଅଞ୍ଚଳର ଏବଂ ଏସ କେ ମନିର ଙ୍କ ପୁଅ ସେକ୍ ଜାହାଙ୍ଗୀର ବୋଲି ପୋଲିସ ପ୍ରକାଶ କରିଛି !

Leave a Reply

Your email address will not be published. Required fields are marked *