ଗୋଶାଣୀ ବ୍ଲକ ମହେନ୍ଦ୍ରତନୟା ମହୋତ୍ସବ ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ମିଶନ ଶକ୍ତି କାଫେ ସମ୍ମୁଖ ପଡ଼ିଆରେ ମହେନ୍ଦ୍ର ତନୟା ମହୋତ୍ସବ ଉଦଯାପିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଏସ.ଵାଲାରାଜୁ, ବ୍ଲକ ଅଧ୍ୟକ୍ଷ ଏନ.ବୀରରାଜୁ,ବ୍ଲକ ଉପାଧ୍ୟକ୍ଷ ଏସ ଅନୁସୂୟା ଦେବୀ,ଜିଲ୍ଲା ପରିଷଦ ସଭ୍ୟା ଲିଲା ବତୀ ପାରିଗା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ ।ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ ଗୁରୁ ନୃସିଂହ ପାଢ଼ୀଙ୍କ ନିର୍ଦ୍ଦେଶନାରେ ଗାନ କରାଯାଇଥିଲା।ଏହି ମହୋତ୍ସବରେ ଜିଲ୍ଲାର କଳା ସଂସ୍କୃତି ଐତିହ୍ୟ ବଜାୟ ରଖିବା ଓ କିପରି ବିଶ୍ୱ ଦରବାରରେ ପହଞ୍ଚି ପାରିବ ତା ଉପରେ ମୁଖ୍ୟ ଅତିଥି ନିଜର ବକ୍ତବ୍ୟ ରଖିଥିଲେ।ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ,ଜିଲ୍ଲା ବାହାରୁ ନୃତ୍ୟ ଶିଳ୍ପୀ,କଣ୍ଠ ଶିଳ୍ପୀ ସଙ୍ଗୀତ ପରିବେଷଣ କରିଥିଲେ।ବ୍ଲକର ସରପଞ୍ଚ,ସମିତି ସଭ୍ୟ ମାନଙ୍କୁ ଉତ୍ତରୀୟ ଦେଇ ଅତିଥିଙ୍କ ଦ୍ଵାରା ସଂମ୍ମାନୀତ କରାଯାଇଥିଲା।ଗୋଶାଣୀ ସି ଆର ସି ରଶ୍ମିତା ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ହାଇ ଟେକ ଗ୍ରୁଫର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ,ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, କାଶୀ ନଗର ବ୍ଲକ ଅଧ୍ୟକ୍ଷ ସାୟା ଆମ୍ମା,କାଶୀ ନଗର ଏନ ଏ ସି ଚିୟାରମେନ ସୁଧା ରାଣୀ,ସଂସଦପ୍ରତିନିଧି ଏସ ଲିଙ୍ଗରାଜ,ଡ ଗୁଣନିଧି ନାୟକ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ପ୍ରମୁଖ ଉପସ୍ଥିତ ଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ନିହାର ନାୟକ,ଜୀ ପି ଓ ବିନୋଦ ଗୌଡ଼,ସମସ୍ତ ପଞ୍ଚାୟତର ଜୀ .ଆର.ଏସ ଓ ପି ଓ ,ସହକାରୀ ଯନ୍ତ୍ରୀ,ଯନ୍ତ୍ରୀ,ବ୍ଲକର ସମସ୍ତ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *