ଅସୁରେଶ୍ଵର ଉପ ଡାକଘର ସମ୍ମୁଖରେ ଡାକ ସେବକଙ୍କ ଧର୍ମଘଟ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଅସୁରେଶ୍ଵର ଉପ ଡାକଘର ସମ୍ମୁଖରେ ଡାକ ସେବକଙ୍କ ଧର୍ମଘଟ ! ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ ଓଡ଼ିଶା ସର୍କଲ ର ଗ୍ରାମୀଣ ଡାକ ସେବକ ମାନେ ସାରା ରାଜ୍ୟରେ ଅନିର୍ଦିଷ୍ଟ କାଳ ପଯ୍ୟନ୍ତ ଧର୍ମଘଟ ରେ ବସିଛନ୍ତି । କଟକ ସିଟି ଡିଭିଜନ ଅଧିନସ୍ଥ ଅସୁରେଶ୍ଵର ଉପ ଡାକଘର ସମ୍ମୁଖ ରେ ନଅ ଗୋଟିଏ ଶାଖା ଡାକଘର ର ଶାଖା ଡାକପାଳ ମାନେ ଗତ ୧୨ ତାରିଖ ରୁ ଦଶ ଦଫା ଦାବିନେଇ ଅନିଦିଷ୍ଟ କାଳପାଇଁ ଧର୍ମଘଟରେ ବସିଛନ୍ତି । ସେମାନଙ୍କ ଦାବୀ ଗୁଡିକ ମଧ୍ୟରେ ଦୈନିକ କାର୍ଯ୍ୟ ଆଠ ଘଣ୍ଟା ସ୍ଥିର କରାଯାଉ , ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋନ୍ନତି ଦେବା ସୁପାରିଶକୁ ଶିଘ୍ର ଲାଗୁ କରାଯାଉ , ସମସ୍ତ ଗ୍ରାମୀଣ ଡ଼ାକ ସେବକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ବୀମା କରାଯିବା ଭଳି ୧୦ ଗୋଟି ଦାବି ନେଇ ଧର୍ମଘଟ ବସିଛନ୍ତି । ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ସମ୍ପାଦକ କମଲ ରାଜ ଖାନ୍, ଶାଖା ଡାକପାଳ ଦେବକାନ୍ତ ତ୍ରିପାଠୀ, ରମେଶ ଚନ୍ଦ୍ର ପଣ୍ଡା, ଧର୍ମେନ୍ଦ୍ର ଦାସ, ଗୌରାଙ୍ଗ ଚରଣ ଦାସ, ଶ୍ରୀବତ୍ସ ରଥ, ଅଲିଭା ତ୍ରିପାଠୀ, ଜିତେନ୍ଦ୍ର ପଣ୍ଡା, ପ୍ରିତିସି ମହାନ୍ତି, ନେହାଁ ସୁରେନ୍, ଯୋଗେଶ୍ଵର ବେହେରା, ଉଶଶ୍ରୀ ପଣ୍ଡା, ସୁକାନ୍ତ ଛଟେଇ, ସନ୍ଧ୍ୟାରାଣୀ ମହାରଣା ,ମିନୋଲ ମହାପାତ୍ର ପ୍ରମୁଖ ଅସୁରେଶ୍ଵର ଉପ ଡାକଘର ସମ୍ମୁଖ ରେ ଧର୍ମଘଟ ରେ ବସିଥିବା କାରଣରୁ ପୁରା ଡାକସେବା ବ୍ୟାହତ ହୋଇଛି ।

 

Leave a Reply

Your email address will not be published. Required fields are marked *