ସାଂସଦ ମାନଙ୍କୁ ସଂସଦ ରୁ ଅଗଣତାନ୍ତ୍ରିକ ଭାବେ ନିଲମ୍ବିତ କରିଛନ୍ତି ସରକାର – ଡିସିସି ପ୍ରେସ ବାର୍ତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : କେନ୍ଦ୍ର ବିଜେପି ସରକାର ୧୪୬ ବିରୋଧୀ ଦଳ ସାଂସଦ ମାନଙ୍କୁ ସଂସଦ ରୁ ଅଗଣତାନ୍ତ୍ରିକ ଭାବେ ନିଲମ୍ବିତ କରିଛନ୍ତି l ଭାରତୀୟ ଗଣତନ୍ତ୍ର ଉପରେ ବିଜେପି ବିଜେପି ସରକାର ଙ୍କ ଏଭଳି ଆକ୍ରମଣ କୁ ବିଶ୍ୱ ବ୍ୟାପି ସବୁ ସ୍ତରରେ ନିନ୍ଦା କରାଯାଉଛି l ଗଣତାନ୍ତ୍ରିକ ନୀତିନିୟମ କୁ ହତ୍ୟା କରାଯାଉ ଥିବାରୁ ଆମର ସଂସଦୀୟ ଗଣତନ୍ତ୍ର କୁ ବଞ୍ଚାଇବା ପାଇଁ ଏଆଇସିସି ସଭାପତି ତଥା ଇଣ୍ଡିଆ ମେଣ୍ଟ ର ପ୍ରମୁଖ ନେତା ଶ୍ରୀ ମଲ୍ଲୀକାର୍ଜୁନ ଖଡ଼ଗେ ଜୀ ଙ୍କ ନେତୃତ୍ୱ ରେ ଆଗାମୀ ୨୨ ତାରିଖ ଶୁକ୍ରବାର ଦିଲ୍ଲୀ ସମେତ ଦେଶବ୍ୟାପି ବିକ୍ଷୋଭ ଆୟୋଜନ ହେଉଛି l ଏହି ଅବସରରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱ ରେ ରାଜ୍ୟ ର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଣ୍ଡିଆ ଗଠବନ୍ଧନ ନେତୃବୃନ୍ଦ ସହ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଗଣତାନ୍ତ୍ରିକ ନିଷ୍ପତି ର ପୁନଃରୁଦ୍ଧାର କରିବା ପାଇଁ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କୁ ପ୍ରଦାନ କରାଯାଇଛି l ଡିସିସି ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ବିକ୍ଷୋବ ସଭାରେ କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ର, ଏଆଇସିସି ସଭ୍ୟ ବିସ୍ମୟ ମହାପାତ୍ର, ଶରତ ଚନ୍ଦ୍ର ବେହେରା ବେହେରା କଂଗ୍ରେସ ନେତା ହୁସେନ ଖାନ, ବିଭୁ ପ୍ରସାଦ ମିଶ୍ର, ସୁକାନ୍ତ ଶତପଥୀ, ଧ୍ରୁବଚରଣ ପରିଡା, ମନୋଜ କୁମାର ସାହୁ, ବୁଲୁ ପରିଡା, ଅଶୋକ ନାୟକ, କାଶୀନାଥ ନାୟକ, ଶତ୍ରୁଘ୍ନ ପାଇକେରାୟ, ମାନସ ମହାପାତ୍ର, ନବକିଶୋର ସାଥୁଆ, ବାଙ୍କ ବିହାରୀ ଧଳ, ପ୍ରମୋଦ ମିଶ୍ର,ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ନାରାୟଣ ସାହୁ ଏବଂ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ଦାଶ, ଏନସିପି ନେତା ବେଣୁଧର ନାଏକ, ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l କଂଗ୍ରେସ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବ୍ଲକ କଂଗ୍ରେସ ସଭାପତି, କାର୍ଯ୍ୟକର୍ତ୍ତା, ବିଭିନ୍ନ ସମ୍ମୁଖ୍ୟ ର ମୁଖ୍ୟ, ମହିଳା ଯୁବ ଛାତ୍ର କଂଗ୍ରେସ ସଭାପତି ମାନେ ବିକ୍ଷୋଭ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *