ପ୍ରାଣୀ ଚିକିତ୍ସକଙ୍କ ସମୁହ ଛୁଟି ସାମୁହିକ ଭାବେ ସ୍ଥଗିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରାଣୀ ଚିକିତ୍ସା ସେବାରେ ବ୍ୟାପକ ରୂପାନ୍ତରଣ ତଥା ଡିଏସିପି,ଏନପିଏ ଏବଂ କ୍ୟାଡର ପୁନର୍ଗଠନ ଭଳି ବିଭିନ୍ନ ଦାବି ନେଇ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଙ୍ଘ ବିଗତ ବହୁ ଦିନରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିବା ବେଳେ ଗତ 2 ତାରିଖରେ ଆନ୍ତଃମନ୍ତ୍ରୀସ୍ତରୀୟ ପରିଷଦରେ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।ଏଥିରେ ପ୍ରାଣୀ ଚିକିତ୍ସା ସେବା ସଂଘର ସଭାପତି ଡାକ୍ତର ଯଦୁନାଥ ପରିଡ଼ା ଏବଂ ସମ୍ପାଦକ ଡାକ୍ତର ଶଙ୍କର୍ଷଣ ମାହୁନ୍ତ ନିମନ୍ତ୍ରିତ ହୋଇ ସଙ୍ଘ ତରଫରୁ ଦାବୀ ଉପସ୍ଥାପନା କରିଥିଲେ। ବହୁ ପ୍ରତୀକ୍ଷିତ ଏହି ସାକ୍ଷାତକାରଟି ସକାରାତ୍ମକ ଭାବେ ସମାପନ ହୋଇ ଥିଲା।ଏଥି ନିମନ୍ତେ ପ୍ରାଣୀ ଚିକିତ୍ସା ସେବା ସଂଘର ଏକ ଜରୁରୀକାଳୀନ ସାଧାରଣ ସଭା ଆଭାସୀ ମାଧ୍ୟମରେ ଆୟୋଜନ ହୋଇଥିଲା।ଏବଂ ଏହି ଆଲୋଚନା ରେ ସରକାରଙ୍କୁ ଆଉ କିଛି ଦିନ ସମୟ ଦେବା ନିମନ୍ତେ ଓଡ଼ିଶାର ସମସ୍ତ ପ୍ରାଣୀ ଚିକିତ୍ସକ ମାନେ ଆସନ୍ତା 4 ତାରିଖ ରୁ ହେବାକୁ ଥିବା ସମୁହ ଛୁଟି ଆନ୍ଦୋଳନକୁ ଜାନୁଆରୀ 18 ପର୍ଯ୍ୟନ୍ତ ସ୍ଥଗିତ ରଖି ସେମାନଙ୍କ ଦାବି ପୁରଣ ନେଇ ସରକାରଙ୍କୁ ସମୟ ଦେଇଛନ୍ତି।ଏଥି ସହିତ ସେମାନେ ଦୃଢ଼ ସ୍ତରରେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଯଦି ସରକାର କିଛି ଦୃଷ୍ଟାନ୍ତ ମୂଳକ ସକାରାତ୍ମକ ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତା 18 ତାରିଖରୁ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସା କେନ୍ଦ୍ର ଗୁଡିକ ପ୍ରାଣୀ। ଚିକିତ୍ସକଙ୍କ ବିନା ଚଳିବ।ଗତ ଦୁଇ ବର୍ଷ ତଳେ ହୋଇଥିବା କ୍ୟାଡର ପୁନର୍ଗଠନ ଏକ ଅସଙ୍ଗତି ସୃଷ୍ଟି କରିଛି ଯାହା ପାଇଁ ଜଣେ ପ୍ରାଣୀ ଚିକିତ୍ସକ 24 ରୁ 27 ବର୍ଷ ପର୍ଯ୍ୟନ୍ତ ଗୋଟିଏ ବେତନ ହାରରେ ରହିବାକୁ ବାଧ୍ୟ ହେଉ ଛନ୍ତି।ଏହା ସେମାନଙ୍କ ମଧ୍ୟରେ କାର୍ଯ୍ୟ କରିବାର ସୃହାକୁ କମ କରିଦେଇଛି।ତତ୍ପରେ ଓଡ଼ିଶା ସରକାରଙ୍କ ବେତନ ହାରରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ ମାନେ ପଞ୍ଚମ,ଷଷ୍ଠ ତଥା ସପ୍ତମ ବେତନ କମିଶନଙ୍କ ସୁପାରିଶର ପ୍ରତିକୂଳ ଡିଏସିପି ଏନପିଏ ପଦୋନ୍ନତି ପାଉ ନାହାଁନ୍ତି।ସର୍ବ ଶେଷରେ କହି ରଖିବା ଉଚିତ ଯେ ଚିକିତ୍ସକମାନେ ସେମାନଙ୍କ ଦରମା ପଦୋନ୍ନତି ସହିତ ପ୍ରାଣୀ ଚିକିତ୍ସା ସେବାର ସମ୍ପୂର୍ଣ୍ଣ ରୂପାନ୍ତରଣ କରିବା ତଥା ମାନବିକ ଚିକିତ୍ସା ଭଳି ପ୍ରାଣୀ ଚିକିତ୍ସା କୁ ମଧ୍ୟ ଗୁରୁତ୍ୱ ର ସହ ଗ୍ରହଣ କରିବାକୁ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି।ଯେହେତୁ ପ୍ରାଣୀ ଚିକିତ୍ସକ ମାନଙ୍କ ଧର୍ଯ୍ୟର ସୀମା ଶେଷ ହେବାକୁ ବସିଲାଣି ତେଣୁ ଆସନ୍ତା 18 ତାରିଖ ମଧ୍ୟରେ ଯଦି ସରକାର ସେମାନଙ୍କ ଦାବି ପୂରଣ କରିବାରେ ଟାଳଟୁଳୁ ନୀତି ଗ୍ରହଣ କରନ୍ତି।ତେବେ ସାରା ରାଜ୍ୟରେ ପ୍ରାଣୀ ଚିକିତ୍ସା ସେବାକୁ ଅଚଳ କରି ଦେବାକୁ ସଙ୍ଘ ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *