ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ସ୍ବାମୀ ବିବେକାନନ୍ଦ ଙ୍କ ୧୬୧ ତମ ଜନ୍ମ ବାର୍ଷିକ ପାଳିତ ହୋଇ ଯାଇଛି । ଏହି ଉତ୍ସବକୁ ସାରା ରାଜ୍ୟ ଜାତୀୟ ଯୁବ ଦିବସ ଭାବେ ପାଳନ କରୁଥିବା ବେଳେ ପାରାଦୀପ ସ୍ଥିତ ସ୍ବାମୀ ବିବେକାନନ୍ଦ ୟୁଥ୍ କ୍ଲବ ତାର ପ୍ରତିଷ୍ଠା ଦିବସ ପାଳନ କରିଛି। କ୍ଲବ ତରଫରୁ ସ୍ଥାନୀୟ ବିଜୟ ଚାନ୍ଦ ପୁର ଠାରେ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକ ପାଳନ ଅବସରରେ ପାରାଦୀପର ବରିଷ୍ଠ ସାମ୍ବାଦିକ ନାରାୟଣ ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଏକ କେକ୍ କାଟି ଛୋଟଛୋଟ କୁନି କୁନି ପିଲାମାନଙ୍କୁ କେକ୍ ବଣ୍ଟନ କରିଥିଲେ। ଏଥି ସହିତ ବିଜୟ ଚାନ୍ଦ ପୁର ବସ୍ତିରେ ଥିବା ଶହେରୁ ଉର୍ଦ୍ଧ ଗରିବ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ କ୍ଲବ ତରଫରୁ ଶୀତବସ୍ତ୍ର ପ୍ରଦାନ କରା ଯାଇଥିଲା। ତେବେ ସ୍ବାମୀ ବିବେକାନନ୍ଦ ୟୁଥ୍ କ୍ଲବ ତରଫରୁ ବିଭିନ୍ନ ସମୟରେ ଗରିବ ଅସହାୟ ଓ ମାନସିକ ବିକାରଗ୍ରସ୍ତ ଙ୍କୁ ସେବା ଯୋଗାଇ ଦେଇ ଆସୁଥିବା ବେଳେ ଚଳିତ ଥର ଗରିବ ଅସହାୟ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରି ସମସ୍ତଙ୍କ ନଜରକୁ ଆସିଛି ପାରାଦୀପ ର ସ୍ବାମୀ ବିବେକାନନ୍ଦ ୟୁଥ୍ କ୍ଲବ ।
ବିବେକାନନ୍ଦଙ୍କ ୧୬୧ ତମ ଜନ୍ମ ବାର୍ଷିକ !!!

