ଦୁଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା ନୟାଗଡ ଟାଉନ ଥାନା ପୁଲିସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଟାଉନ ଥାନା ପୁଲିସ ୨ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ୧୦ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିହାର ଔରଙ୍ଗାବାଦ ଆମ୍ବା ଥାନା ଅଞ୍ଚଳର ବିଷ୍ଣୁ ଚୌହାନ ଏବଂ ମଦନପୁର ଥାନା ଅଞ୍ଚଳର ରାହୁଲ କୁମାର । ଉଭୟ ଅଭିଯୁକ୍ତ ଦଶପଲ୍ଲା ପଟୁ ଏକ କଳା ପଲସର ବାଇକରେ ଗଞ୍ଜେଇ ଧରି ଆସୁଥିବା ନେଇ ଟାଉନଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ସୂଚନା ପାଇଥିଲେ । ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏସଆଇ ପ୍ରୀତି ପ୍ରକାଶ ମହାନ୍ତି ଏବଂ ତାଙ୍କ ଟିମ୍ ନୟାଗଡ଼ ନୂଆ ବସଷ୍ଟାଣ୍ଡ ଠାରେ ଜଗି ରହିଥିଲେ । ଉଭୟ ପୁଲିସ ହାବୁଡ଼ରେ ପଡ଼ିଥିଲେ । ସେମାନଙ୍କ ଠାରୁ ୧୦ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ବାଇକ ମଧ୍ୟ ଜବତ କରାଯାଇଛି । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *