ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନାମାଙ୍କନ ପତ୍ର ଦାଖଲ କଲେ ଦଶପଲ୍ଲା ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ! ଦଶ ହଜାର ରୁ ଅଧିକ ସମର୍ଥକ ଙ୍କ ଗହଣରେ ବିଶାଳ ଶୋଭାଯାତ୍ରା କରି ନାମାଙ୍କନ ପତ୍ର ଦାଖଲ କରିଥିଲେ ଦଶପଲ୍ଲା ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା । ସାଙ୍ଗରେ ଥିଲେ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ , ନୟାଗଡ଼ ପ୍ରାର୍ଥୀ ଅରୁଣ ସାହୁ ଏବଂ ରଣପୁର ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ । ରମେଶ ବେହେରା ଜିନ୍ଦାବାଦ , ଅଚ୍ୟୁତ ସାମନ୍ତ ଜିନ୍ଦାବାଦ ନାରା ରେ କମ୍ପିଲା ପୁରା ନୟାଗଡ଼ ସହର । ଦଶପଲ୍ଲା ରୁ ଆରମ୍ଭ କରି ମହୀପୁର ପର୍ଯ୍ୟନ୍ତ ସମସ୍ତ ବିଜେଡି ସମର୍ଥକ ପହଞ୍ଚିଥିଲେ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ । ଲୋକଙ୍କ ସମର୍ଥନ ସହଯୋଗରେ ପାଞ୍ଚ ବର୍ଷ ବିକାଶ ପଥରେ ଆଗେଇ ଚାଲିଛି ଦଶପଲ୍ଲା । ଆଗାମୀ ଦିନରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହଯୋଗରେ ସମସ୍ତ ଅଧୁରା କାମ ସଂପୂର୍ଣ୍ଣ ହେବ ବୋଲି କହିଛନ୍ତି ରମେଶ ଚନ୍ଦ୍ର ବେହେରା ।

ହଜାର ହଜାର ସମର୍ଥକ ଙ୍କ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ଦଶପଲ୍ଲା ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ! ଦଶପଲ୍ଲା , ଗଣିଆ , ନୂଆଗାଁ ବ୍ଲକ ର ବହୁ ବିଜୁ ଜନତା ଦଳ କର୍ମୀ ବିଶାଳ ଶୋଭାଯାତ୍ରା କରି ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏଁ ରମେଶ ବେହେରା ଙ୍କ ସହିତ ଆସିଥିଲେ ! କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ , ନୟାଗଡ ବିଧାୟକ ପ୍ରାର୍ଥୀ ଅରୁଣ ସାହୁ , ରଣପୁର ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ! ନାମାଙ୍କନ ପତ୍ର ଦାଖଲ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ପାଇଁ ପ୍ରାୟତଃ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିବା ସମୟରେ , ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ ! ରମେଶ ବେହେରାଙ୍କ ଜଣେ ସମର୍ଥକ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ କାର୍ଯ୍ୟାଳୟ ଫାଟକ ଆଗରେ ଅପେକ୍ଷା କରି ରହିଥିଲେ ! ବିଳମ୍ବିତ ସମୟ ଯୋଗୁଁ ବହୁ ଛାମୁଆ ନେତା , କର୍ମୀ ଏପରିକି ଗଣମାଧ୍ୟମ ପ୍ରତିନିଧି ମାନେ ବ୍ୟସ୍ତ ହୋଇ ପଡିଥିବା ବେଳେ , ଏହି ସମର୍ଥକ ଜଣକ କିନ୍ତୁ କାର୍ଯ୍ୟାଳୟ ମୁଖ୍ୟ ଗ୍ରୀଲ ଆଗରେ ଠିଆ ହୋଇ ରହିଥିଲେ ! ତେବେ ଦଶପଲ୍ଲା ଭୋଟରଙ୍କ ସହଯୋଗ ଏବଂ ଆଶୀର୍ବାଦରେ ଆଗାମୀ ପାଞ୍ଚ ବର୍ଷ ବିକାଶ ପଥରେ ଦଶପଲ୍ଲା ଆଗେଇ ଯିବ ବୋଲି କହିଛନ୍ତି ରମେଶ ଚନ୍ଦ୍ର ବେହେରା ! ପ୍ରଶାସନିକ ଚାକିରୀ ଛାଡି ରାଜନୀତିରେ ପାଦ ଦେଇଥିବା ରମେଶ ଚନ୍ଦ୍ର ବେହେରା ନିଜ ପ୍ରଥମ ପାଳିରେ ବେଶ ଲୋକାଭିମୁଖୀ ହୋଇ ପାରିଛନ୍ତି ! ଦଳୀୟ ପତିଆରା ଏବଂ ସମର୍ଥନ , ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସର୍ବୋପରି ଦଶପଲ୍ଲା ଜଣ ସାଧାରଣଙ୍କ ଆଶୀର୍ବାଦ ତାଙ୍କୁ ଏକ ନିଶ୍ଚିତ ବିଜୟ ଆଡକୁ ନେଇ ଯାଉଛି ବୋଲି ସ୍ପଷ୍ଟ ହୋଇଛି !

