ବାଙ୍କୀ କଂଗ୍ରେସ ର ସାଙ୍ଗଠନିକ ବୈଠକ !!!

Spread the love

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ବ୍ଲକ ସ୍ଥିତ ବୈଦେଶ୍ଵର ପଂଚାୟତ ର ରାମନାଥଙ୍କ ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସ ର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ବିଧାୟକ ପ୍ରାର୍ଥୀ ତଥା ପ୍ରଦେଶ କଂଗ୍ରେସ କମିଟି ର ଉପସଭାପତି ଡ଼ଃ ଦେବାଶିଷ ପଟ୍ଟନାୟକ ଯୋଗଦେଇ କର୍ମୀ ମାନଙ୍କ ସହ ସଂଗଠନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବାଙ୍କି ରେ କଂଗ୍ରେସ କୁ କିଭଳି ମଜବୁତ କରିହେବ ସେ ଦିଗରେ ଆଲୋକପାତ କରାଇଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ନରେଶ ସାହୁ, ରଘୁନାଥ ସ୍ୱାଇଁ, ଉଦ୍ଧବ ବେହେରା, ସରୋଜ ଦାଶ ଚୌଧୁରୀ, ଭିକାରି ବେହେରା, ଧ୍ରୁବ ଚରଣ ସାହୁ, ପ୍ରେମାନନ୍ଦ ପାତ୍ର, କୁମର ଗଡ଼ନାୟକ, ପ୍ରମୋଦ କୁମାର ସାହୁ, ସୁବାଷ ମଲ୍ଲିକ, ଦୁଷ୍ମନ୍ତ ସାହୁଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *