ପିଇବା ପାଣି ପାଇଁ ଦେବୀ ମିଶ୍ରଙ୍କୁ ପାଣି ପିଆଇଲେ ମାନପୁର ପଞ୍ଚାୟତ ବାସୀ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ୬ ଥର ବିଧାୟକ, ମନ୍ତ୍ରୀ ଥିବା ଦେବୀ ପ୍ରାସାଦ ମିଶ୍ରଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ରେ ପାଣି ପାଇଁ ବିରୋଧ କଲେ ଲୋକେ । କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ରେ ଛ ଛ ଥର ବିଧାୟକ ଓ ମନ୍ତ୍ରୀ ହୋଇଥିବା ଦେବୀ ପ୍ରାସାଦ ମିଶ୍ରଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ରେ ପ୍ରଚାର ସମୟରେ ବିଭିନ୍ନ ସ୍ଥାନରେ ପାଣି ନେଇ ବିରୋଧ ସହ ଲୋକଙ୍କ ଆକ୍ରୋଶ ର ସମ୍ମୁଖୀନ ହେବାକୁ ପଡିଛି । କିଛିଦିନ ହେବ ପାଣି ରୂପକ ଶନି ଗ୍ରହ ବିଧାୟକ ଦେବୀ ପ୍ରସାଦ ମିଶ୍ର ଙ୍କ ପିଛା ଛାଡୁନି । ଯୁଆଡେ ଗଲେ ପାଣି ନେଇ ପ୍ରଶ୍ନ କରିବା ଆରମ୍ଭ କଲେଣି ଜନତା । ଗତ କିଛଦିନ ତଳେ ନରସିଂହପୁର ଚସାବାରବାଟି ଠାରେ ରାସ୍ତା ରେ ଗରା ବାଲ୍ଟି ଧରି ବିଧାୟକ ଦେବୀ ପ୍ରାସାଦ ମିଶ୍ର ଙ୍କୁ ବିରୋଧ କରିଥିଲେ ଲୋକେ । ବଡ଼ମ୍ବା ବ୍ଳକ୍ ମାନପୁର ପଞ୍ଚାୟତ ରେ ନିର୍ବାଚନ ପ୍ରଚାର ସମୟରେ ହଟହଟା ହେଲେ ବିଜେଡି ନେତା ଦେବୀ ମିଶ୍ର । ପିଇବା ପାଣି ଅଭାବ ଯୋଗୁ ହନ୍ତସନ୍ତ ଗ୍ରାମବାସୀ ବିଧାୟକ କୁ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଟକ ରଖିଥିଲେ । ବହୁ ପ୍ରଚେଷ୍ଟା ପରେ ଗାଁ କୁ ପଶିବାକୁ ଦେଉନଥିଲେ । ପାଣି ନେଇ ନାନା ପ୍ରଶ୍ନ କରୁଥିଲେ ସ୍ଥାନୀୟ ଜନତା । ପରିସ୍ଥିତି ଏପରି ହେଲାଯେ ଘଟଣା ସ୍ଥଳକୁ ବଡ଼ମ୍ବା ଓ ମାଣିଆବନ୍ଧ ପୋଲିସ , ଆଠଗଡ ଡି ଏସ ପି ଆସିବାକୁ ପଡ଼ିଲା । ଲୋକଙ୍କୁ ପୋଲିସ୍ ବୁଝାଇବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା ।

Leave a Reply

Your email address will not be published. Required fields are marked *