ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗତ ତିନିଦିନ ଧରି ଆରମ୍ଭ ହେଲାଣି ମା ଫୁଲ ସୁନ୍ଦରୀ ଠାକୁରାଣୀ ଯାତ୍ରା ! ସାତ ଭଉଣୀ ଙ୍କୁ ଏକାଠି କରି, ସମୁଟିଆ ସାହି ସ୍ଥିତ ଫୁଲ ସୁନ୍ଦରୀ ମନ୍ଦିର ଠାରେ ପାଞ୍ଚ ବର୍ଷ ରେ ଥରେ ଠାକୁରାଣୀ ଯାତ୍ରା କରାଯାଇଥାଏ ! ସ୍ଥାନୀୟ ଲୋକେ ଭାରତ ର ଯିଏ ଯେଉଁଠାରେ ଥାନ୍ତି ଏହି ଠାକୁରାଣୀ ଯାତ୍ରା ପର୍ବ ରେ ଯୋଗ ଦେଇଥାନ୍ତି, ସାହି ସାରା ଆଲୋକ ମାଳା ରେ ସାଜସଜା କରାଯାଇଥାଏ ! ପ୍ରତେକ ଲୋକ ନୂଆ ପୋଷାକ ପିନ୍ଧିଥାନ୍ତି, ଯାତ୍ରା ର ପ୍ରତେକ ଦିନ ସନ୍ଧ୍ୟା ରେ ମା ଙ୍କୁ ନେଇ ସହର ପରିକ୍ରମା କରନ୍ତି ହଜାର ହଜାର ଭକ୍ତ ! ଶୁଭଖୁଣ୍ଟି ପଡି଼ବା ଠାରୁ ବିସର୍ଜନ ପର୍ଯ୍ୟନ୍ତ ଏହି ସାହି ଗୁଡିକ ଭକ୍ତିଭାବ ପରିପୂର୍ଣ ହୋଇ ରହିଥାଏ ! ଏହି ଠାକୁରାଣୀ ଯାତ୍ରା ସାତ ଦିନ ଧରି ବହୁ ଧୁମଧାମ ରେ ପାଳନ କରାଯାଇଛି, ଠାକୁରାଣୀ ଯାତ୍ରା ପରିଚାଳନା କରିଛନ୍ତି ଜାନକୀ ବେହେରା, ମଧୁ ବେହେରା, ଗୌରୀ ପ୍ରଧାନ, କୃଷ୍ଣ ବେହେରା,ଗଙ୍ଗା ବେହେରା ପ୍ରମୁଖ ମୁରବୀ ବ୍ୟକ୍ତି !
ସାତ ଭଉଣୀ ଏକାଠି ହେଲେ : ପାଳନ ହେଲା ମା ଫୁଲ ସୁନ୍ଦରୀ ଠାକୁରାଣୀ ଯାତ୍ରା !!!

