କୃଷ୍ଣପଲ୍ଲୀ ରଜ ଉତ୍ସବର ରଜ କୁଇନ ହେଲେ ତାଳଚେର ଝିଅ ପାୟଲ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତ ବର୍ଷ ପ୍ରଥମ କରି ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପଂଚାୟତର କୃଷ୍ଣପଲ୍ଲୀ ଗ୍ରାମରେ ଆରମ୍ବ ହୋଇଛି ପଲ୍ଲୀ ରଜ ଉତ୍ସବ- 2024 | କୃଷ୍ଣପଲ୍ଲୀ ଗ୍ରାମ ବାସୀଙ୍କ ସହଯୋଗରେ ଗାଁ ଯୁବକ ସଙ୍ଘ ଭାଇମାନଙ୍କ ଦ୍ଵାରା ରଜ ସଂକ୍ରାନ୍ତି ଓ ଶେଷ ରଜ ସନ୍ଧ୍ୟାରେ ସ୍ଥାନୀୟ ତିନୋଟି ପଂଚାୟତ ଦୁଲଣାପୁର, କୁସୁନ୍ଦା ଓ ତାଳବସ୍ତର ଛାତ୍ର ଛାତ୍ରୀଙ୍କ ଭିତରେ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ବିଚାରକ ଅତିଥି ଭାବେ ନୃତ୍ୟନାଟିକା ଗୁରୁ ତଥା ପାଲା ଗାୟକ ନିରଞ୍ଜନ ମହାପାତ୍ର, ସାମାଜିକ କର୍ମୀ ତଥା ଯୁବ ସାମ୍ବାଦିକ ସୁବ୍ରତ କୁମାର ନାୟକ, ବୟୋଜଷ୍ଠ ନାଗରିକ ରବି ଦାଶ, ପୀତବାସ ସାହୁ ପ୍ରମୁଖ ଯୋଗ ଦେଇ ପଲ୍ଲୀ ଭିତ୍ତିକ କୃଷି ପ୍ରଧାନ ପର୍ବ ରଜ ପରବ ଉପରେ ନିଜର ବକ୍ତବ୍ୟ ରଖିଥିଲେ | | ଦୁଇ ଦିନରେ ଭାଗ ନେଇଥିବା ସମସ୍ତ ତିରିଶ ଜଣ ପ୍ରତିଯୋଗୀଙ୍କୁ ଅର୍ଥ ରାଶି ଦ୍ଵାରା ପୁରସ୍କୃତ ସହିତ ଶ୍ରେଷ୍ଠ ପାଞ୍ଚ ଜଣ କନ୍ୟାରତ୍ନଙ୍କୁ ସ୍ୱତନ୍ତ୍ର ଭାବେ ଉତ୍ତରୀୟ, ସିଲ କପ ଓ ନଗଦ ଅର୍ଥ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ଅନୁଗୁଳ, ତାଳଚେରରୁ ଆସିଥିବା କୁମାରୀ ପାୟଲ ସାଠୁଆ ନୃତ୍ୟରେ ପ୍ରଥମ ହେବା ସହିତ ଚଳିତ ବର୍ଷର ରଜ କୁଇନ ମଧ୍ୟ ହୋଇଥିଲେ | ତାଳଚେର ବାସିନ୍ଦା ସୁନନ୍ଦ ସାଠୁଆ ଓ ପାର୍ବତୀ ସାଠୁଆଙ୍କ ଝିଅ ପାୟଲ ଏବେ ଗ୍ଲୋବାଲ ଇଂରାଜୀ ମିଡିୟମ ସ୍କୁଲ, ତାଳଚେରର ପଞ୍ଚମ ଶ୍ରେଣୀ ଛାତ୍ରୀ ଅଟନ୍ତି | ଭଲ ପାଠ ପଢିବା ସହିତ ବିଭିର୍ଣ୍ଣ ସାଂସ୍କୃତିକ ଅନୁଷ୍ଠାନମାନଙ୍କର ମଞ୍ଚରେ ନୃତ୍ୟ ପରିବେଷଣ କରି ବହୁବାର ପୁରସ୍କୃତ ହୋଇଛନ୍ତି | ସୁଶ୍ରୀ ପାୟଲଙ୍କ ସଫଳତାରେ ନିଜ ଗାଁ ତାଳଚେର ଏବଂ ବିଦ୍ୟାଳୟରେ ଖୁସିର ଲହର ଖେଳିଯାଇଛି | କୃଷ୍ଣପଲ୍ଲୀ ରଜ ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ଗଜେନ୍ଦ୍ର ଦାଶ (ଚାଇଁ ଭାଇନା )ନାରଣ ମହାପାତ୍ର, ଲିଟୁ ମହାପାତ୍ର, ମୁରଲୀ ସାହୁ, ସମସ୍ତ ଗ୍ରାମବାସୀ ପ୍ରମୁଖଙ୍କ ସହଯୋଗ ରହିଥିଲା |

Leave a Reply

Your email address will not be published. Required fields are marked *