ବିପଦରେ କଟକ ର ଐତିହାସିକ ହାତୀ ପୋଖରୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ସହର ଓଡ଼ିଶାର ସର୍ବପୁରାତନ ଐତିହସମ୍ପର୍ଣ୍ଣ ହଜାର ବର୍ଷର ସହର । ଏହି ସହରରେ ଐତିହସମ୍ପର୍ଣ୍ଣ ବହୁ କୀର୍ତି ମାନ ଅବସ୍ଥିତ । ସେଥ୍ମଧ୍ୟରୁ ହାତୀପୋଖରୀ ସ୍ଥାନଟି ଅନ୍ୟତମ । ସେଠାରେ ଏକ ବୃହତ ପୁରାତନ ଐତିହାସିକ ପୁଷ୍କରିଣୀ ରହିଛି । ଏହି ପୁଷ୍କରିଣୀର ନାମ ଅନୁଯାୟୀ ଉକ୍ତ ସ୍ଥାନର ନାମକରଣ ମଧ୍ଯ ହାତୀପୋଖରୀ ରଖାଯାଇଛି । ଓଡିଶା ଉଚ୍ଚନ୍ୟାୟାଳୟ ଦ୍ବାରା ଆଇନ ପ୍ରଣୟନ ହୋଇଛି, କୌଣସି ବି ପରିସ୍ଥିତିରେ ଜଳାଶୟ ପୋତାଯାଇ ପାରିବ ନାହିଁ । ମାତ୍ର ଦୁଃଖର ବିଷୟ କିଛି ଅସାମାଜିକ ବ୍ୟକ୍ତି ଏହି ଜଳାଶୟର ଏକ ତୃତୀୟାଂଶ ସ୍ଥାନକୁ ପୋତି ସେଠାରେ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ସହିତ ବ୍ୟବସାୟ ଚଳାଇଛନ୍ତି ଓ ଚକ୍ରାନ୍ତ କରି ପୁଷ୍କରିଣୀକୁ ଧୀରେ ଧୀରେ ପୋତିବାରେ ଲାଗିଛନ୍ତି । ଯାହାଫଳରେ କାଠଗଡ଼ସାହି, ନିମସାହି, ହାତୀପୋଖରୀ ଛକ, ତିନିକୋଣିଆବଗିଚା, ଦରଘା ବଜାର ଇତ୍ୟାଦି ଅଂଚଳ ମାନଙ୍କରେ ଜଳ ନିଷ୍କାସନ ହୋଇନପାରି ଜଳବନ୍ଦୀ ଭଳି ବୃହତ ସମସ୍ୟା ଉପୁଜୁଛି ଓ ଜଳସ୍ତର ମଧ୍ଯ ହ୍ରାସ ପାଉଛି ଏବଂ ଜନସାଧାରଣମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ହିନ୍ଦୁ ସେନର ସଦସ୍ୟ ! ଆଗାମୀ ଦିନରେ ବର୍ଷାଋତୁ ଆସୁଥିବାରୁ ସ୍ଥାନୀୟ ଅଂଚଳବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବୃହତ ଜଳବନ୍ଦୀ ସମସ୍ୟାର ସମାଧାନ ନିମନ୍ତେ ଉକ୍ତ ପୋଖରୀକୁ ପୁନଃରୁଦ୍ଧାର କରିବା ପାଇଁ ଦାବୀ ହେଉଛି !

Leave a Reply

Your email address will not be published. Required fields are marked *