ଓଡ଼ିଶା ସାମ୍ବାଦିକ ସଙ୍ଘ ଗଜପତି ଶାଖା ପକ୍ଷରୁ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ସାମ୍ବାଦିକ ସଙ୍ଘ ଗଜପତି ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜଣେ ମହିଳା ଖବରଦାତା ନିଜ ଦାୟିତ୍ୱ ସମ୍ପର୍ଣ୍ଣ କରିବା ବେଳେ ଖବରଦାତାଙ୍କ ଉପରକୁ କୁକୁର ଛାଡି ଆକ୍ରମଣ କରିଥିବା ଘଟଣାକୁ ଓଡ଼ିଶା ସାମ୍ବାଦିକ ସଙ୍ଘ ଗଜପତି ଶାଖା ତୀବ୍ର ନିନ୍ଦା କରିଛି । ଖବର ଦାତାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଲାଗୁ କରିବା ପାଇଁ ଦାବୀ ହୋଇଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *