ବାଙ୍କୀ ରେ ବନ ମହୋତ୍ସବ ସପ୍ତାହ ପାଳିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବଜାର ସ୍ଥିତ ଶେଷଦେବ ମାର୍କେଟ ଠାରେ ଥିବା ବାଙ୍କୀ ଫିଟନେସ୍ କ୍ଲବ ର ସମସ୍ତ କାର୍ଯ୍ୟକର୍ତ୍ତା , ପ୍ରଶିକ୍ଷକ ଓ ସଦସ୍ୟ ମାନେ ବନ ବିଭାଗର ମିଳିତ ଉଦ୍ୟମରେ ବାଙ୍କୀ ଖୋର୍ଦ୍ଧା ମୁଖ୍ୟ ରାସ୍ତା ର ଫାୟାର୍ ଷ୍ଟେସନ ଠାରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ବିଭିନ୍ନ ଗଛ ଲଗାଇଛନ୍ତି । ଏହି କାର୍ଯ୍ୟକ୍ରମ ପରିବେଶ କୁ ନିର୍ମଳ ଓ ସୁସ୍ଥ ରଖିବା ସହ ବାୟୁମଣ୍ଡଳ କୁ ଦୂଷିତ ହେବାରୁ ରକ୍ଷା ହୋଇପାରିବ ବୋଲି ଫିଟନେସ୍ କ୍ଲବର ପ୍ରତିଷ୍ଠାତା ସୁଶୀଲ କୁମାର ସାହୁ ପ୍ରକାଶ କରିଛନ୍ତି । ଅନ୍ୟତମ ସଦସ୍ୟ ପ୍ରଦୀପ କୁମାର ଜେନା ଆଜିର ଯୁବପିଢ଼ି ଆଗକୁ ଆସି ଏପରି ମହତକାର୍ଯ୍ୟ ରେ ସାମିଲ ହୋଇ ଗଛ ଲଗାଇ ପରିବେଶ କୁ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବନ ବିଭାଗ କର୍ମଚାରୀ ଓ ଅନ୍ୟାନ୍ୟ ବୁଦ୍ଧିଜୀବୀ ଉପସ୍ଥିତ ଥିବା ସହିତ ଏପରି ମହତ କାର୍ଯ୍ୟ କୁ ଉଚ୍ଚ ପ୍ରସଂଶା କରିଥିଲେ । ତେବେ ଏପରି ଜନ ହିତକାରୀ କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ପ୍ରତଷ୍ଠାତା ଶ୍ରୀ ସାହୁ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *