ଓଡ଼ିଆ ସାହିତ୍ୟାକାଶର ଉଜ୍ଜ୍ୱଳ ନକ୍ଷତ୍ର ଥିଲେ ଦିବଙ୍ଗତ ବୀରେନ୍ଦ୍ର କୁମାର ଦାସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ଆନୁକୁଲ୍ୟରେ ଅନୁଷ୍ଠିତ ଶୋକ ସଭାରେ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଜଣେ ଦକ୍ଷ, ସଚୋଟ , ସରଳ, ଜନପ୍ରିୟ ଜିଲ୍ଲା ବରିଷ୍ଠ ପ୍ରଶାସକ ତଥା ଓଡ଼ିଆ ଅସ୍ମିତା ସୁରକ୍ଷାର ଜଣେ ଜାଗ୍ରତ ପ୍ରହରୀ ଭାବେ ଦିବଙ୍ଗତ ଦାସ ଥିଲେ ସମାଜ ପାଇଁ ଏକ ବିରଳ ଉଦାହରଣ ବୋଲି ଅକାଳରେ ଚାଲିଯାଇଥିବା ବୀରେନ୍ଦ୍ର ମହାଶୟଙ୍କୁ ମନେପକାଇ ଥିଲେ । ତାଙ୍କର ସ୍ବରଚିତ କବିତା ଗୁଚ୍ଛ ଆହତ ମୂର୍ଚ୍ଛନା ଓ ନିଷିଦ୍ଧ କାବ୍ୟ (ପ୍ରକାଶିତ) ସଭାରେ ମୁଖ୍ୟ ଆଲୋଚ୍ୟ ବିଷୟ ଥିଲା । ବିଚିତ୍ରାନନ୍ଦ ବେବର୍ତ୍ତା, ଡ. ବିଧୂତ୍ ଶେଖର ମିଶ୍ର, ଡ.କଲ୍ୟାଣୀ ମିଶ୍ର, ଆଶାଲତା ପାଣିଗ୍ରାହୀ , ସ୍ଵର୍ଣ୍ଣପ୍ରଭା ପାଠୀ , ମଲିକାର୍ଜୁନ ପଟ୍ଟନାୟକ ,ଭାଗବତ ପାଢ଼ୀ,ବିନୋଦଚନ୍ଦ୍ର ଜେନା, ପ୍ରମୋଦ ଚନ୍ଦ୍ର ପାଢ଼ୀ,ଶରତ ଚନ୍ଦ୍ର ସାହୁ ପ୍ରଭୃତି ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦାନ କରି ଆମର ଆତ୍ମl ର ସଦଗତି କାମନା କରିଥିଲେ ।

Leave a Reply

Your email address will not be published. Required fields are marked *