ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ବଡମ୍ବା ବିଧାୟକଙ୍କୁ ସମ୍ବର୍ଦ୍ଧନା ! ନୂତନ ଭାବେ ବିଧାୟକ ନିର୍ବାଚିତ ହୋଇଥିବା ବିଜୟ କୁମାର ଦଳବେହେରାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପ୍ରାଥମିକ ଶିକ୍ଷକ ଫେଡେରେସନ ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଏବଂ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ, ବଡମ୍ବା ବ୍ଲକ ସମ୍ପାଦକ ରମେଶ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଓ ଚାକିରୀ କ୍ଷେତ୍ରରେ ଦରମାର ଅସଂଗତି ଉପରେ ବିଭିନ୍ନ ଦିଗରୁ ମୁକ୍ତ ଆଲୋଚନା ହୋଇଥିଲା l ବିଧାୟକ ବିଜୟ କୁମାର ଦଳବେହେରା ମୁଖ୍ୟ ଆକର୍ଷଣ ଥିଲାବେଳେ ସମ୍ମାନିତ ଅତିଥିଭାବେ ବଡମ୍ବା ପଂଚାୟତ ସମିତିର ଦୁଇ ପ୍ରାକ୍ତନ ଅଧ୍ୟକ୍ଷ ବିଭୁଦତ୍ତ ପଟ୍ଟନାୟକ ଓ ବିବେକାନନ୍ଦ ମଲ୍ଲିକ ଉପସ୍ଥିତ ଥିଲେ ! ସମାଜସେବୀ ଚିନ୍ମୟ ପଟ୍ଟନାୟକ, ସରୋଜ କୁମାର ବେଉରା, ସନ୍ତୋଷ କୁମାର ବେହେରା, ଲକ୍ଷ୍ମୀଧର ପ୍ରଧାନ, ମହେନ୍ଦ୍ର ପଢିଆରୀଙ୍କ ସମେତ ବଡମ୍ବା ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମତଗଜ ସିଂହ,ସହ ଶିକ୍ଷା ଅଧିକାରୀ ବିବେକାନନ୍ଦ ସାହୁ, ନରେନ୍ଦ୍ର କୁମାର ରଥ, ନିର୍ମଳା ବେହେରା ଉପସ୍ଥିତ ରହି ଶିକ୍ଷକ ସମାଜ ନିଜର ପ୍ରଥମ କର୍ତ୍ତବ୍ୟ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ପାଇଁ ଆଗ୍ରହ କରିଥିଲେ l ବିଧାୟକ ଆଗାମୀ ଦିନରେ ଶିକ୍ଷକ ମାନେ କିପରି ନିଜ ନିଜର ନ୍ୟାର୍ଯ୍ୟ ଦାବୀ ପାଇବେ ସେହି କଥା ବିଧାନ ସଭାରେ ନିଶ୍ଚିତ ଉପସ୍ଥାପନା ହେବ ଏହି ଦୃଢ଼ ପ୍ରତିଶୃତି ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗ ଯଥା ପ୍ରାଥମିକ ଫେଡେରେସନର ମନୋଜ କୁମାର ରଥ, ରମେଶ ଚନ୍ଦ୍ର ସ୍ୱାଇଁ, ହୃଦାନନ୍ଦ ବେହେରା, ଶିବପ୍ରସାଦ ବ୍ରହ୍ମା, ଶ୍ରୀକାନ୍ତ ମିଶ୍ର, ବିଜୟ କୁମାର ପଣ୍ଡା, ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ରଘୁନାଥ ସେଠି, ବସନ୍ତ କୁମାର ପାଣି, ନିହାରିକା ମିଶ୍ର, ସମୀର କୁମାର ରାଉତ, ସରୋଜ କୁମାର ପଣ୍ଡା, ଅଶୋକ କୁମାର ମାଝୀ, ରାଜେଶ ମହାପାତ୍ର, ଶତ୍ରୁଘ୍ନ ବେହେରା, ଅଜୟ କୁମାର ବେହେରା, ସୁଧୀର କୁମାର ଦାସ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ସଂଘର ପ୍ରମୋଦ କୁମାର ଧଳ, ଆଲୋକ କୁମାର ରାଉତ, ସୁବୋଧ ଘଡେଇ, ସଞ୍ଜୟ କୁମାର ବାରିକ ପ୍ରଭୁତି ଉପସ୍ଥିତ ଥିଲେ l ସର୍ବଶେଷରେ ପ୍ରାଥମିକ ଫେଡେରେସନ ବଡମ୍ବା ବ୍ଲକ ସମ୍ପାଦକ ବିଜୟ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l
ବଡମ୍ବା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ବଡମ୍ବା ବିଧାୟକଙ୍କୁ ସମ୍ବର୍ଦ୍ଧନା !!!

