ପଦ୍ମପୁର ରାଜାଜୀ ଟାଉନ ହଲ ଠାରେ ସମ୍ବଲପୁରୀ ଡେ ପାଳନ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପଦ୍ମପୁର ରାଜାଜୀ ଟାଉନ ହଲ ଠାରେ ସମ୍ବଲପୁରୀ ଡେ ପାଳନ ! ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକ ର ରାଜାଜୀ ଟାଉନ ହଲ ଠାରେ ସମ୍ବଲପୁରୀ ଦିବସ ପାଳିତ ! ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମରେ ଗୁରୁ ସତ୍ୟନାରାୟଣ ବୋହିଦାର ଙ୍କ ଜନ୍ମ ବାର୍ଷିକୀ ମଧ୍ୟ ପାଳନ କରାଯାଇଛି ! ଯାହାଙ୍କର ପୁସ୍ତକ ମାଧ୍ୟ୍ୟମରେ ଭାଷା ର ପ୍ରଚାର ରେ ଅବଦାନ କୁ ବ୍ୟାଖ୍ୟା କରି, ସମ୍ବଲପୁରୀ ଭାଷା କୁ ଆଜିର ପରିଚୟ ପ୍ରଦାନ କରିଛି l ଓଡ଼ିଆ ଭାଷା ଏବଂ ସଂସ୍କୃତି ରେ ତାଙ୍କର ଅବଦାନ ଥିବାରୁ ତାଙ୍କ ଜନ୍ମ ଦିନରେ ସମ୍ବଲପୁରୀ ଡେ ପାଳନ କରାଯାଏ l ପଶ୍ଚିମ ଓଡିଶା ବରଗଡ ଜିଲ୍ଲା ର ଗୁଦେରପାଲି ଗ୍ରାମ ର ରଞ୍ଜନ ସାଗର ଗିନୀଜ ଵୁକ୍ ଅଫ ୱାର୍ଲଡ ରେକର୍ଡ ରେ ସ୍ଥାନ ପାଇଥିବାରୁ, ତାଙ୍କୁ ମଧ୍ୟ ସମ୍ମାନ ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ! ସମ୍ବଲପୁରୀ ଡେ ମହୋତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଡ଼କ୍ଟର. ପ୍ରମୋଦ କୁମାର ପାଢ଼ୀ, ଅଶୋକ ବୋହିଦାର, ସୁରେନ୍ଦ୍ର ସାହୁ ପ୍ରମୂଖ ବରେଣ୍ୟ ବ୍ୟକ୍ତି ବିଶେଷ !

Leave a Reply

Your email address will not be published. Required fields are marked *